କରୋନା ଯୋଦ୍ଧାଙ୍କ ପାଇଁ ସ୍ବତନ୍ତ୍ର ପୋର୍ଟାଲ

ଭୁବନେଶ୍ୱର,୨୫ା୪(ବ୍ୟୁରୋ)- କରୋନା ମହାମାରୀ ଏବେ ସାରା ବିଶ୍ୱ ପାଇଁ ଏକ ବିରାଟ ଆହ୍ବାନ ସୃଷ୍ଟିକରିଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ମାଧ୍ୟମରେ ଏହି ମହାମାରୀର ମୁକାବିଲା କରୁଥିବା ବେଳେ ଜନସାଧାରଣ ଏହି ଲଢେଇରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର। ଦିନକୁ ଦିନ ବଢିଚାଲିଥିବା ଏହି ମହାମାରୀକୁ ସଫଳତାର ସହିତ ପ୍ରତିହିତ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବେଚ୍ଛାସେବୀ ତଥା ‘କୋଭିଡ୍‌ ଯୋଦ୍ଧା’ମାନଙ୍କର ଆବଶ୍ୟକତା ରହିଛି। ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିବା ସହ ଲୋକଙ୍କ ସେବାରେ ନିୟୋଜିତ ହେବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ଶନିବାର ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ଉନ୍ମୋଚିତ କୋଭିଡ୍‌ ସଂଗ୍ରାମୀ ପୋର୍ଟାଲ https://covidsangramee.odisha.gov.inରେ ଆଗ୍ରହୀ ଜନସାଧାରଣ ନିଜ ନାମ ପଞ୍ଜୀକୃତ କରିପାରିବେ।

Share