କରୋନା ଯୋଦ୍ଧାଙ୍କ ପାଇଁ ୧୦ ଲକ୍ଷର ବୀମା ଘୋଷଣା କଲେ ମମତା

କୋଲକାତା,୩୦।୩: କରୋନା ସଂକ୍ରମଣ ଦେଶରେ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ଚିନ୍ତା ବି ବଢି ଯାଉଛି। ହେଲେ ଏହି ସମୟରେ କରୋନା ଯୋଦ୍ଧା ଭାବେ ଯେଉଁମାନେ କାମ କରୁଛନ୍ତି ସେମାନଙ୍କ ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୧୦ ଲକ୍ଷ ଟଙ୍କାର ବୀମା ଘୋଷଣା କରିଛନ୍ତି। ଏଥିରେ ସମସ୍ତ ସରକାରୀ ତଥା ବେସରକାରୀ ହସ୍ପିଟାଲର ଡାକ୍ତର, ନର୍ସ, ପୋଲିସ, କୁରିୟର ସର୍ଭିସ ଯୋଗାଇ ଦେଉଥିବା ବ୍ୟକ୍ତିଙ୍କୁ ସାମିଲ କରାଯିବ ବୋଲି ଜଣାପଡିଛି।

Share