କରୋନା ଯୋଦ୍ଧାଙ୍କ ମୃତ୍ୟୁରେ ୫୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କଲେ ସରକାର

ଭୋପାଳ,୧୯।୪: କରୋନା ଯୁଦ୍ଧରେ ହାରିଗଲେ ଇନ୍ଦୋରର ପୋଲିସ ଇନ୍ସପେକ୍ଟର ଦେବେନ୍ଦ୍ର କୁମାର। ତାଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ ତାଙ୍କ ପତ୍ନୀଙ୍କୁ ପୋଲିସ ବିଭାଗରେ ଚାକିରି ଦେବାକୁ ମଧ୍ୟ ଶିବରାଜ କହିଛନ୍ତି। ଦେବେନ୍ଦ୍ର କୁମାର କାର୍ଯ୍ୟରତ ଥିବା ସମୟରେ କରୋନାରେ ସଂକ୍ରମିତ ହୋଇଥିଲେ। ଚିକିତ୍ସା ପରେ ସେ ଠିକ୍‌ ହେବା ସହ ତାଙ୍କ ରିପୋର୍ଟ ମଧ୍ୟ ନେଗେଟିଭ ଆସିଥିଲା। ହେଲେ ହଠାତ୍‌ ଶନିବାର ରାତି ପ୍ରାୟ ୯ରେ ତାଙ୍କର ମୃତ୍ୟୁ ହେବା ଦୁଃଖଦାୟକ ବିଷୟ ବୋଲି ଟୁଇଟ କରିଛନ୍ତି ମୁଖ୍ୟମନ୍ତ୍ରୀ।

Share