Arvind Kejriwal
ନୂଆଦିଲ୍ଲୀ,୭।୫: କରୋନା ମହାମାରୀ ସହ ଲଢିବାକୁ ଆଗଧାଡିର ଯୋଦ୍ଧା ସାଜିଛନ୍ତି ପୋଲିସ। ଏମାନେ ସାଧାରଣ ଜନତାକୁ ଘରେ ସୁରକ୍ଷିତ ରଖିବାକୁ ଯାଇ ଦିନ ରାଜି ରାଜରାସ୍ତାରେ ଜଗି ବସୁଛନ୍ତି। ଏମିତି ଜଣେ ଯୋଦ୍ଧା ହେଉଛନ୍ତି ଦିଲ୍ଲୀ ପୋଲିସରେ କାର୍ଯ୍ୟରତ ଥିବା କନଷ୍ଟେବଳ ଅମିତ। କରୋନା ସଂକ୍ରମଣ ସମୟରେ ସେ ଦିଲ୍ଲୀରେ କାର୍ଯ୍ୟରତ ଥିବା ଅବସ୍ଥାରେ ନିଜେ କରୋନାରେ ସଂକ୍ରମିତ ହୋଇଥିଲେ। ଏବେ ତାଙ୍କର ମୃତ୍ୟୁ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ତାଙ୍କ ପରିବାରକୁ ୧ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଗୁରୁବାର ଏହା ଟୁଇଟ୍ କରି ଜଣାଇଛନ୍ତି କେଜରିଓ୍ବାଲ।