କରୋନା ଯୋଦ୍ଧାଙ୍କ ମୃତ୍ୟୁ ହେଲେ ମିଳିବ ୧କୋଟି ଟଙ୍କା ସହ ଜଣକୁ ଚାକିରି

ପୁଣେ,୧୦।୪: ପୁଣେ ମ୍ୟୁନିସିପାଲ କର୍ପୋରେଶନର କୌଣସି କର୍ମଚାରୀଙ୍କ କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁ ହେଲେ ସେମାନଙ୍କ ପରିବାର ସଦସ୍ୟଙ୍କୁ ୧ କୋଟି ଟଙ୍କାର ଆର୍ଥିକ ସହାୟତା ସହ ଜଣକୁ ଚାକିରି ମିଳିବ। ଶୁକ୍ରବାର ପୁଣେର ମେୟର ମୁରଲିଧର ମୋହର ଏହା ଘୋଷଣା କରିଛନ୍ତି। ମେୟରଙ୍କ ସୂଚନା ଅନୁଯାୟୀ ପୁଣେରେ ଏପର୍ଯ୍ୟନ୍ତ କରୋନା ସଂକ୍ରମଣରେ ୨୫ ଜଣଙ୍କ ମୃତ୍ୟୁ ହେଲାଣି। ଅନ୍ୟପଟେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ମହାରାଷ୍ଟ୍ରରେ ୧,୩୬୪ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୧୨୫ ଜଣ ସୁସ୍ଥ ହୋଇ ସାରିଲେଣି ଓ ୯୭ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି।

Share