କରୋନା ଯୋଦ୍ଧା ପାଲଟିଛନ୍ତି ଗଣମାଧ୍ୟମ ପ୍ରତିନିଧି, ଭାଜପା ପକ୍ଷରୁ ସମ୍ବର୍ଦ୍ଧନା

ଭଦ୍ରକ ଅଫିସ ,୧୬।୫: ମହାମାରୀ କରୋନା ଆତଙ୍କରେ ବିଶ୍ୱ ଆତଙ୍କିତ। ଏହାର ମୁକାବିଲା ଲାଗି ଲକ୍‌ ଡାଉନ୍‌ ଓ ସଟ୍‌ ଡାଉନ୍‌ ମାଧ୍ୟମରେ ସରକାର ସମସ୍ତଙ୍କ ସୁରକ୍ଷା ପାଇଁ ଘରୁ ବାହାରକୁ ନ ବାହାରିବା ପାଇଁ କଟକଣା ଜାରି କରିଛନ୍ତି। ଏଭଳି ଏକ ଘଡିସନ୍ଧି ମୂହୁର୍ତ୍ତରେ ସମାଜ ନିକଟରେ ସାମ୍ପ୍ରତିକ ଘଟଣାବଳୀକୁ ପହଞ୍ଚାଇବା ପାଇଁ ନିଜ ପରିବାର ତଥା ନିଜ ଜୀବନକୁ ତୁଚ୍ଛ କରିଛନ୍ତି ଗଣମାଧ୍ୟମ ପ୍ରତିନିଧିମାନେ। ତେବେ ସାମାଜିକ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିବା ସହିତ ସେମାନେ ଜନସାଧାରଣଙ୍କ ନିକଟରେ ନିରନ୍ତର ଖବର ପହଞ୍ଚାଇ ଚାଲିଛିନ୍ତି। ଏଣୁ ସେମାନେ ମଧ୍ୟ ଜଣେ ଜଣେ କରୋନା ଯୋଦ୍ଧା ପାଲଟିଛନ୍ତି ବୋଲି ଜିଲା ଭାଜପା ପକ୍ଷରୁ ଶନିବାର ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇ ଜିଲ୍ଲା ଭାଜପା ସଭାପତି ହେମନ୍ତ ପାଢୀ, ଭଦ୍ରକ ବିଧାନସଭା ନେତା ଡାକ୍ତର ପ୍ରଦୀପ ନାୟକ ମତବ୍ୟକ୍ତ କରିଛନ୍ତି। ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଶଶୀକାନ୍ତ ବିଶ୍ୱାଳ, ଅଶୋକ ପରିଜା, ଭାଗିରଥୀ ମହାକୁଡ, ବିକାଶ ଶ୍ରେଷ୍ଠା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲାସ୍ତରୀୟ ଖବରଦାତାଙ୍କୁ ଭାଜପା ପକ୍ଷରୁ ଉତ୍ତରୀୟ, ମାସ୍କ, ସାନିଟାଇଜର ଆଦି ଦିଆଯାଇ ସମ୍ମାନିତ କରାଯାଇଥିଲା ।