କରୋନା ରୋଗୀଙ୍କ ସହ କଣ୍ଟାକ୍ଟ କ’ଣ, କାହାକୁ ରହିଛି ସଂକ୍ରମିତ ହେବାର ଆଶଙ୍କା

ଭୁବନେଶ୍ୱର,୨୮।୩(ବ୍ୟୁରୋ): କରୋନା ଆକ୍ରାନ୍ତଙ୍କ ସହ କଣ୍ଟାକ୍ଟ ବା ସମ୍ପର୍କ ନେଇ ଶନିବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଡାକ୍ତର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯେଉଁମାନେ ସଂକ୍ରମିତ ବ୍ୟକ୍ତି, ସଂକ୍ରମିତ ପରିବେଶ ସମ୍ପର୍କରେ ଆସିଥିବେ, ସେମାନେ କଣ୍ଟାକ୍ଟ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନକ୍‌(ଡବ୍ଲୁଏଚ୍‌ଓ)ର ତଥ୍ୟ ଅନୁସାରେ ଏହା ୩ ଭାଗରେ ବିଭକ୍ତ।

ପ୍ରଥମ ଭାଗଟି ହେଲା ଯେଉଁ ବ୍ୟକ୍ତି କୋଭିଡ-୧୯ ସଂକ୍ରମିତ ରୋଗୀ ବସବାସ ଘରେ ରହୁଥିବେ। ଦ୍ୱିତୀୟ ଭାଗ ହେଲା ଚିକିତ୍ସା ବେଳେ ସଂକ୍ରମିତଙ୍କ ଲାଳ ଓ କଫ ସସ୍ପର୍ଶରେ ଆସିଥିବା ବ୍ୟକ୍ତି। ସେହିଭଳି ଯେଉଁ ବ୍ୟକ୍ତି ଏକ ମିଟର ବ୍ୟବଧାନରେ କୋଭିଡ-୧୯ରେ ରୋଗୀ ସଂସ୍ପର୍ଶରେ ଆସିଥିବେ ତାଙ୍କ ତୃତୀୟ ଭାଗରେ ବିଭକ୍ତ କରାଯାଇଛି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଦେଇଥିବା ଗାଇଡଲାଇନ୍‌କୁ ଅନୁସରଣ କରି ରାଜ୍ୟର ୩ଟି କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ରଖାଯାଉଛି । ଏପରିକି ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝାଯାଉଛି ବୋଲି ସେ କହିଛନ୍ତି।

Share