କରୋନା ଲକ୍ଷଣ ଦେଖିବାର ୩ ଦିନ ପରେ କରାଯାଉ ଟେଷ୍ଟ: ନଚେତ୍‌ ଭୁଲ୍‌ ଆସିପାରେ ରିପୋର୍ଟ !

ଓ୍ବାଶିଂଟନ,୧୧।୬: ଯଦି କୌଣସି ବ୍ୟକ୍ତି କରୋନାରେ ପୀଡ଼ିତ ହୋଇଛନ୍ତି ବୋଲି ସନ୍ଦେହ କରୁଛନ୍ତି ତେବେ ସେ ତୁରନ୍ତ ଟେଷ୍ଟ କରିବା ଉଚିତ ନୁହେଁ। ନିକଟରେ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଛି। ବିଶେଷଜ୍ଞମାନଙ୍କ ମତରେ କରୋନା ଲକ୍ଷଣ ଦେଖା ଦେବାର ୩ ଦିନ ପରେ ଏହାର ପରୀକ୍ଷା କରିବା ଠିକ୍‌। ନଚେତ୍‌ ଅନେକ ସମୟରେ ରିପୋର୍ଟ ନେଗେଟିଭ ଆସିପାରେ ଯାହା ପରବର୍ତ୍ତି ସମୟରେ ସମସ୍ୟା ସୃଷ୍ଟି ପରିପାରେ ବୋଲି ମତ ପ୍ରକାଶ ପାଇଛି। ‘ଆନାଲ ଅଫ୍‌ ଇଣ୍ଟରନାଲ ମେଡିସିନ’ ପତ୍ରିକାରେ ଏହା ପ୍ରକାଶ ପାଇଛି। ଆମେରିକାର ଜନ୍‌ ହପକିନ୍ସ ବିଶ୍ୱବିଦ୍ୟାଳୟର ଗବେଷକମାନେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସମେତ କେତେଜଣ ଅନ୍ୟ ରୋଗୀଙ୍କ ପାଟିର ଲାଳ ନେଇ ପରୀକ୍ଷା କରିଥିଲେ। ଯେଉଁମାନଙ୍କ ନିକଟରେ ଲକ୍ଷଣ ନ ଥାଇ ସଂକ୍ରମିତ ହେବାର ୪ ଦିନ ପରେ ପରୀକ୍ଷା କରାଯାଇଥିଲା ସେମାନଙ୍କ ମଧ୍ୟରୁ ୬୭ ପ୍ରତିଶତଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। କିନ୍ତୁ ଯେଉଁମାନଙ୍କ ନିକଟରେ ଲକ୍ଷଣ ପ୍ରକାଶ ପାଇଥିଲା ସେମାନଙ୍କର ଟେଷ୍ଟ ୩ ଦିନ ମଧ୍ୟରେ କଲେ ସଠିକ୍‌ ରିପୋର୍ଟ ଆସିବା କଥା ଗବେଷକମାନେ କହିଛନ୍ତି। ହେଲେ ସଂକ୍ରମଣର ସଠିକ୍‌ ରିପୋର୍ଟ ୮ ଦିନ ପରେ ଆସିବ ବୋଲି ସେମାନେ ଦାବି କରିଛନ୍ତି।

Share