କରୋନା ଲକ୍ଷଣ ଲୁଚାଇଲେ ବିପଦ: ଗଞ୍ଜାମ ଜିଲାପାଳ

ଛତ୍ରପୁର, ୨୭।୫(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲାର ଜନସାଧାରଣଙ୍କ ପାଇଁ ବୁଧବାର ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ଆଡ଼ଭାଇଜରୀ ଜାରି କରିଛନ୍ତି। ଘରେ ରୁହ ସୁରକ୍ଷିତ ରୁହ, ମାସ୍କ ବ୍ୟବହାର, ଜନଗହଳିରୁ ଦୁରେଇ ରହିବା, ବାରମ୍ବାର ସାବୁନରେ ହାତ ଧୋଇବା ଏବଂ ଅନ୍ୟଠାରୁ ୬ ଫୁଟ ଦୂରତା ରକ୍ଷା କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏଥିସହ କରୋନା ଲକ୍ଷଣ ଲୁଚାଅ ନାହିଁ। ଏହା ଲୁଚାଇଲେ ନିଜର ଓ ନିଜ ପରିବାର ପ୍ରତି ବିପଦ ଆସିପାରେ। ଜ୍ୱର, କଫ, ଥଣ୍ଡାକୁ ଭୟ ନ କରି ୧୦୪, ୧୦୭୫ ଟୋଲ ଫ୍ରି ନମ୍ବରରେ ଫୋନ କରି ସ୍ବାସ୍ଥ୍ୟ ପରାମର୍ଶ ନେଇପାରିବେ। ଏହା ୨୪ ଘଣ୍ଟା ଚାଲୁ ରହିଛି ବୋଲି ଜିଲାପାଳ କହିଛନ୍ତି

Share