କରୋନା ଲକ୍‌ ଡାଉନ୍‌ ଉଜାଗର କଲା ଗରିବୀ ଚିତ୍ର: ପ୍ଳାଷ୍ଟିକ୍‌ ଗୋଟାଇ ପାରୁନାହାନ୍ତି ରାମ, ଖାଇବାକୁ ପାଉନାହାନ୍ତି

ବଲାଙ୍ଗୀର ଅଫିସ, ୩୧ା୩: ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରାଯାଇ ଦେଶର ଭୋକିଲା ଲୋକଙ୍କ କ୍ଷୁଧା ନିବାରଣ କରାଯାଉଥିବା କୁହାଯାଉଥିଲେ ମଧ୍ୟ ମାତ୍ର ୭ ଦିନର ଲକ୍‌ଡାଉନ୍‌ ପରେ ବହୁ ଗରିବ ଓ ଅସହାୟଙ୍କ ଅସଲ ଚିତ୍ର ଏବେ ପଦାକୁ ଆସିବାରେ ଲାଗିଛି । ଲକ୍‌ଡାଉନ୍‌କୁ ଆଖି ଆଗରେ ରଖି ରାଜ୍ୟ ସରକାର ଗରିବ ଲୋକଙ୍କ ଦୁଃଖ ଓ ଅସୁବିଧା ଦୂର କରିବାକୁ ଯାଇ ୪ ମାସର ଭତ୍ତା ଟଙ୍କା ଓ ୩ ମାସର ପିଡିଏସ୍‌ ଆଗୁଆ ଦେଉଥିଲେ । ତେବେ ଏହି ଆଗୁଆ ଭତ୍ତା ଓ ପିଡିଏସ୍‌ ମଧ୍ୟ ଅନେକାଂଶରେ ଗରିବ ଲୋକଙ୍କ କ୍ଷୁଧା ନିବାରଣ କରିବାରେ ଯଥେଷ୍ଟ ହେଉ ନ ଥିବା ଖବର ମିଳୁଛି । ବହୁ ଗରିବ ପରିବାର ମାସିକ ୫ଶହ ଟଙ୍କାର ଭତ୍ତା ଓ ମାସିକ ୫ କେଜି ପିଡିଏସ୍‌ ଚାଉଳରେ ଚଳିବା କଷ୍ଟକର ହୋଇପଡେ । ଏଣୁ ବିଭିନ୍ନ ସମୟରେ ଧାର ଉଧାର କରି ଚଳିଥାନ୍ତି । ଏବେ ୪ ମାସର ଭତ୍ତା ଟଙ୍କା ଆଗୁଆ ପାଇବା ପରେ ଏହି ଗରିବ ଲୋକମାନେ ପ୍ରଥମେ ପୂର୍ବର ଋଣ ସୁଝି ଦେଇଥିବାରୁ ସେମାନଙ୍କ ଖାଇବା ନେଇ ବହୁ ସମସ୍ୟା ସୃଷ୍ଟି ହୋଇଛି ।

ବଲାଙ୍ଗୀର ସହର ତୁଳସୀନଗରର ରାମ ଛୁରା (୬୫) । ଛାଟିମାଟିର ଘର କରି ସେ ଏଠାରେ ରହୁଛନ୍ତି  ମଇଳା ସ୍ଥାନରୁ ପ୍ଳାଷ୍ଟିକ୍‌, ବୋତଲ ସଂଗ୍ରହ କରି ସେ ପେଟ ପୋଷନ୍ତି । ଝିଅ ବିବାହ କରିବା ପରେ ଏଠାରେ ତାଙ୍କର କେହି ନାହାନ୍ତି । ଗତ ଅଗଷ୍ଟ ମାସ ପ୍ରଳୟଙ୍କରୀ ବନ୍ୟାରେ ତାଙ୍କ ଘର ଭାଙ୍ଗିଯିବା ସହ ସମସ୍ତ ଆସବାବପତ୍ର ନଷ୍ଟ ହୋଇଗଲା । ସେହି ଦିନରୁ ସେ ଘରେ ରାନ୍ଧି ନ ପାରି କୌଣସି ଏକ ସାଧାରଣ ହୋଟେଲରୁ ଖାଦ୍ୟ କିଣି ଦିନ କାଟୁଥିଲେ । ବିଭିନ୍ନ ସମୟରେ ଏଥିପାଇଁ କେତେକ ଲୋକଙ୍କଠାରୁ ସେ ଧାରଉଧାର କରିଥିଲେ । ଏବେ ୪ମାସର ଭତ୍ତା ଟଙ୍କା ୨ ହଜାର ଟଙ୍କା ପାଇବା ପରେ ସବୁତକ ଟଙ୍କା ଋଣ ଶୁଝିଦେଲେ । ଫଳରେ ତାଙ୍କ ହାତ ଖାଲି ହୋଇଗଲା । ୩ ମାସର ଆଗୁଆ ପିଡିଏସ୍‌ ଚାଉଳ ପାଇନାହାନ୍ତି । ଲକ୍‌ ଡାଉନ୍‌ ଯୋଗୁଁ ଘରୁ ବାହାରି ପ୍ଳାଷ୍ଟିକ୍‌ ଗୋଟାଇ ପାରୁନାହାନ୍ତି । ହୋଟେଲଗୁଡିକ ବନ୍ଦ ହୋଇଥିବାରୁ ସେ ଖାଇବାକୁ ପାଉନାହାନ୍ତି । ବିଭିନ୍ନ ଦୋକାନରୁ ପାଉଁରୁଟି ଓ ବିସ୍କୁଟ ଆଣି କିମ୍ବା କେତେବେଳେ କେହି ଦରଦୀ ଲୋକ ଖାଇବାକୁ ଦେଲେ ଯାଇ ସେ ଖାଉଛନ୍ତି। ରାମ ଛୁରାଙ୍କ ଭଳି ଗରିବ ଲୋକଙ୍କୁ ଶୀଘ୍ର ଖାଦ୍ୟ ଯୋଗାଣ ନ ଦେଲେ ପରିସ୍ଥିତି ଅଡୁଆ ହୋଇପଡିବ ବୋଲି ଚର୍ଚ୍ଚା ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ତ୍ତ ବିଭାଗର ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, କହିଲେ ପୂର୍ବ ସୂଚନାଗୁଡ଼ିକ…

ଭୁବନେଶ୍ୱର,୨୩ା୪:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ବୁଧବାର ପୂର୍ତ୍ତ ବିଭାଗର ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ’ର ଉନ୍ମୋଚନ କରିଛନ୍ତି। ଏହା ଦ୍ୱାରା ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପଗୁଡିକର...

Pahalgam Terror Attack: ମୋଦି ସରକାରଙ୍କୁ ବଡ଼ ଅପିଲ କଲେ ଖାର୍ଗେ, କହିଲେ ଆମେ ସାଥିରେ ଅଛୁ

ନୂଆଦିଲ୍ଲୀ,୨୩।୪: ଜମ୍ମୁ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଶାସକ ଏବଂ ବିରୋଧୀ ଦଳର ସମସ୍ତ ନେତା କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ...

Kashmir Attack: ପାକିସ୍ତାନ ମୁହାଁ ଭାରତୀୟ ସେନା! ହେବ କି ବଡ଼ଯୁଦ୍ଧ

ନୂଆଦିଲ୍ଲୀ,୨୩।୪: ଏପ୍ରିଲ ୨୨ରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ଅତ୍ୟଧିକ ବୃଦ୍ଧି କରିଛି। ଏହି...

Pahalgam Terror Attack: ପାକିସ୍ତାନ ପରେ ଆସିଲା ଚାଇନାର ପ୍ରଥମ ପ୍ରତିକ୍ରିୟା

ଶ୍ରୀନଗର,୨୩।୪: ପାକିସ୍ତାନ ପରେ ଏବେ ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଚାଇନାର ପ୍ରତିକ୍ରିୟା ଆସିଛି। ନୂଆଦିଲ୍ଲୀରେ ଚାଇନାର ରାଷ୍ଟ୍ରଦୂତ ଜୁ ଫେଇହୋଙ୍ଗ ଏକ ସୋସିଆଲ...

ଆଉ ମାଟ୍ରିକ ନୁହେଁ, ଏଣିକି ଅଙ୍ଗନଓ୍ବାଡ଼ି ସୁପରଭାଇଜରଙ୍କ ଯୋଗ୍ୟତା ସ୍ନାତକ

ଭୁବନେଶ୍ୱର,୨୩ା୪: ଏଣିକି ଅଙ୍ଗନଓ୍ବାଡ଼ି ସୁପରଭାଇଜର ପାଇଁ ସର୍ବନିମ୍ନ ଯୋଗ୍ୟତା ସ୍ନାତକ ରଖାଯାଇଛି। ପୂର୍ବରୁ ଅଙ୍ଗନଓ୍ବାଡ଼ି ସୁପରଭାଇଜରଙ୍କ ପାଇଁ ଯୋଗ୍ୟତା ମାଟ୍ରିକ ଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

କ୍ୟାବିନେଟ୍‌ ବୈଠକ: ୬ ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର,୨୩ା୪: ମନ୍ତ୍ରୀ ପରିଷଦ ଏବଂ ରାଜ୍ୟ କ୍ୟାବିନେଟ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଛି। ବୈଠକ ପରେ ମୁଖ୍ୟ ଶାସନ...

Pahalgam Terror Attack: ଆଟାକ୍‌ ପରେ ପରେ କଶ୍ମୀର ମସଜିଦରୁ ଶୁଭିଲା ଏମିତି ଶଦ୍ଦ, ପୁରା ଦେଶ ସ୍ତବ୍ଧ

ନୂଆଦିଲ୍ଲୀ,୨୩।୪: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପୁରା ଦେଶ ସ୍ତବ୍ଧ ହୋଇଯାଇଛି। ସବୁଠୁ ବଡ଼କଥା ହେଉଛି କଶ୍ମୀରର ମସଜିଦରେ ଏମିତି କିଛି ଘୋଷଣା କରାଯାଇଛି। ଯାହାକୁ...

ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ: ୧୪ରୁ ଖୋଲିବ ଧାନମଣ୍ଡି

ବରଗଡ଼,୨୩ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପାଇଁ ବୁଧବାର ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଆଦିତ୍ୟ ଗୋୟଲଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image