Advertisement

କରୋନା ଲକ୍‌ ଡାଉନ୍‌: ଲଣ୍ଡନରେ ଫସିଥିଲେ ଇର୍‌ଫାନ ଖାନ୍‌ଙ୍କ ପୁଅ, ସିଙ୍ଗାପୁରରେ କାଜଲଙ୍କ ଝିଅ, ଫେରିଲେ ଭାରତ

ମୁମ୍ବାଇ: କରୋନା ଭାଇରସ୍‌ ସମଗ୍ର ବିଶ୍ୱକୁ ଗ୍ରାସ କରି ଚାରିଥିବା ବେଳେ ବିଦେଶରେ ରହୁଥିବା ଅନେକ ଷ୍ଟାର୍‌ କିଡ୍‌ ସ୍ବଦେଶ ତଥା ଭାରତ ଫେରିଆସିଛନ୍ତି। ସେମାନଙ୍କ ମଧ୍ୟରେ ଅଭିନେତା ଇର୍‌ଫାନ ଖାନ୍‌ଙ୍କ ପୁଅ ବାବିଲ, ଅଜୟ ଦେବଗନ-କାଜୋଲଙ୍କ ଝିଅ ନ୍ୟାସା, ବୋନି କପୁର-ଶ୍ରୀଦେବୀଙ୍କ ଝିଅ ଖୁସି ଭାରତ ଫେରି ଆସିଛନ୍ତି।
ବାବିଲ୍‌ ଲଣ୍ଡନରେ ପଢୁଥିବା ବେଳେ ନ୍ୟାସା ସିଙ୍ଗାପୁର ଏବଂ ଖୁସି ନ୍ୟୁୟର୍କରେ ରହି ପଢୁଥିଲେ। ବାବିଲ୍‌ଙ୍କ ବିମାନ ଗୁରୁବାର ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିଥିଲା। ପୁଅ ବାବିଲ୍‌ ସୁରକ୍ଷିତ ଭାବେ ଭାରତ ଫେରି ଆସିଥିବାରୁ ଇର୍‌ଫାନଙ୍କ ସ୍ତ୍ରୀ ସୂତାପା ପୁଅଙ୍କ ପାଇଁ ପ୍ରାର୍ଥନା କରିଥିବା ସମସ୍ତ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବୁଧବାର ନ୍ୟାସା ସିଙ୍ଗାପୁରରୁ ଫେରିଥିଲେ। ସେହିପରି କିଛିଦିନ ପୂର୍ବରୁ ଖୁସି ଭାରତ ଫେରିଆସିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share