ନୂଆଦିଲ୍ଲୀ,୧୯।୪: କରୋନା ଲଢ଼େଇ କ୍ଷେତ୍ରରେ ବିଶେଷ ଯୋଗଦାନ ଲାଗି ଉତ୍ତର ପ୍ରଦେଶ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ପ୍ରଶଂସା କରିଛନ୍ତି। ସଂକ୍ରମଣକୁ ରୋକିବା, ଚିକିତ୍ସା ସୁବିଧା ଏବଂ ଲୋକଙ୍କ ନିକଟକୁ ଆର୍ଥତ୍କ ପ୍ରୋତ୍ସାହନ ପହଞ୍ଚାଇବା ଦିଗରେ ବିଭିନ୍ନ ପଦକ୍ଷେପକୁ ବେଶ୍ ପ୍ରଶଂସା କରାଯାଇଛି। ଜାତୀୟ ସ୍ତରୀୟ ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ , ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏହି ଅବସରରେ ଶୁଭେଚ୍ଛା ପ୍ରଦାନ କରିବା ସହ ଉତ୍ତର ପ୍ରଦେଶ ମଡେଲକୁ ଦେଶର ଅନ୍ୟ ରାଜ୍ୟଗୁଡିକ ମଧ୍ୟ ବ୍ୟବହାର କରିପାରିବେ ବୋଲି ଗୁରୁତ୍ୱାରୋପ କରିଛନ୍ତି। କରୋନା ହଟ୍ସ୍ପଟ୍କୁ ତ୍ୱରିତ ଭାବେ ଚିହ୍ନଟ କରିବା, ଲକ୍ଡାଉନରେ ଫସି ରହିଥିବା ଲୋକଙ୍କ ଲାଗି ଚିକିତ୍ସା ସୁବିଧା ଏବଂ ଗରିବ ଲୋକଙ୍କୁ ଆର୍ଥତ୍କ ସହାୟତା ଯୋଗାଣ ଭଳି ପଦକ୍ଷେପ ବେଶ୍ ପ୍ରଶଂସାଯୋଗ୍ୟ ହୋଇପାରିଛି ବୋଲି ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ସୂଚନା ରହିଛି।