କରୋନା ଲାଗି ଢେଙ୍କାନାଳରେ ୧୪୪ ଧାରା: ସାଇନ୍ସ ପାର୍କ ବନ୍ଦ, ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଢେଙ୍କାନାଳ ଅଫିସ ,୧୬।୩: କରୋନା ସଂକ୍ରମଣକୁ ରୋକିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ସୋମବାର ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ ଜିଲା ଏବଂ ସହରରେ ୧୪୪ ଧାରା ଜାରି ହୋଇଛି। ଶପିଂ ମଲ୍‌, ମଣ୍ଡପକୁ ବନ୍ଦ କରାଯାଇ ଥିବା ସହ ସାପ୍ତାହିକ ହାଟକୁ ଛାଡି ସବୁସ୍ଥାନରେ ୧୪୪ ଧାରା ଜାରି କରାଯାଇଛି। ଢେଙ୍କାନାଳର କପିଳାସଠାରେ ଥିବା ସାଇନ୍ସ ପାର୍କକୁ ମଧ୍ୟ ବନ୍ଦ କରାଯାଇଛି। ଏହା ସହ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି। ସୋମବାର କରୋନା ମୁକାବିଲା ଲାଗି ଜିଲା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ବୈଠକରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଏ ନେଇ ସୂଚନା ଦେଇଛନ୍ତି। ଏହା ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ କାଏମ ରହିବାକୁ ସେ କହିଛନ୍ତି।

Share