କରୋନା ଲାଗି ଭୁବନେଶ୍ୱର ବିମାନ ବନ୍ଦରରେ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା

ଭୁବନେଶ୍ୱର,୨୭।୧(ବ୍ୟୁରୋ): କରୋନା ଭୂତାଣୁ ପାଇଁ ଭୁବନେଶ୍ୱର  ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରେ ସୋମବାର ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ବିଦେଶରୁ ମୁଖ୍ୟତଃ ଚାଇନାରୁ ଆସୁଥିବା ଯାତ୍ରୀଙ୍କଠାରେ ଥଣ୍ଡା, ଜ୍ୱର, କାଶ, ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ଭଳି ସଂକ୍ରମଣ ଲକ୍ଷଣ ଦେଖାଗଲେ ତୁରନ୍ତ ସେମାନଙ୍କୁ ବିମାନବନ୍ଦରରେ ଉଦ୍ଦିଷ୍ଟ ପରୀକ୍ଷାଗାରରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି।

Share