କରୋନା ସଂକ୍ରମଣକୁ ରୋକିବା ଲାଗି ଜେଏସ୍‌ପିଏଲ୍‌ର ପଦକ୍ଷେପ

ଭୁବନେଶ୍ୱର,୨୧ା୩: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ (ଜେଏସ୍‌ପିଏଲ୍‌) ପକ୍ଷରୁ ପଦକ୍ଷେପ ହାତକୁ ନିଆଯାଇଛି। ନବୀନ ଜିନ୍ଦଲଙ୍କ ନେତୃତ୍ୱାଧିନ ଏହି କମ୍ପାନୀରେ ଥର୍ମାଲ ସ୍କାନିଂ ଦ୍ୱାରା କର୍ମଚାରୀଙ୍କ ଯାଞ୍ଚ କରାଯାଉଛି। ମାସ୍କ ଉପଲବ୍ଧ କରାଇବା ସହ ଡାକ୍ତରଙ୍କ ନିୟମିତ ପରାମର୍ଶ ସୁବିଧା କରାଯାଇଛି। ପ୍ରତ୍ୟେକ ଅଫିସରେ ସାନିଟାଇଜର ବ୍ୟବସ୍ଥା ସହ ସ୍ବଚ୍ଛତା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରାଯାଉଛି। ବିଶେଷଜ୍ଞ ଡାକ୍ତରୀ ଦଳ ଦ୍ୱାରା ସ୍ବଚ୍ଛତା ଏବଂ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ଦିଆଯାଉଛି। କରୋନାକୁ ପ୍ରତିହତ କରିବା ଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି ବୋଲି ଜେଏସ୍‌ପିଏଲ୍‌ ଅଧ୍ୟକ୍ଷ ନବୀନ ଜିନ୍ଦଲ ସୂଚନା ଦେଇଛନ୍ତି। କର୍ମଚାରୀଙ୍କ ସ୍ବାସ୍ଥ୍ୟକୁ ପ୍ରାଥମିକତା ସୂରୁପ ସତର୍କତା ଅବଲମ୍ବନ କରୁଥିବା କମ୍ପାନୀର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ରାହୁଲ ତନେଜା କହିଛନ୍ତି। ଏହାବାଦ ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ପକ୍ଷରୁ ମଧ୍ୟ ବିଭିନ୍ନ ସତର୍କତା ପଦକ୍ଷେପ ସଂକ୍ରାନ୍ତ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ସୂଚନା ଦିଆଯାଇଛି।

Share