କରୋନା ସଂକ୍ରମଣରୁ ମୁକ୍ତି ପାଇଁ ଟକ୍ସିକ ମିଥାନଲ ପିଇ ୭ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ!

ତେହେରାନ,୨୮।୪: କରୋନା ଭାଇରସ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ଏହି ମହାମାରୀ ଯୋଗୁ ବିଶ୍ୱରେ ଦିନକୁ ହଜାର ହଜାର ଲୋକଙ୍କ ଜୀବନ ଯାଉଛି। ଏହି ସଂକ୍ରମଣରୁ ନିଜକୁ ଦୂରେଇ ରଖିବାକୁ ଇରାନର ପାଖାପାଖି ୫ ହଜାର ଲୋକ ଟକ୍ସିକ ମିଥାନଲ ବା ଇଣ୍ଡଷ୍ଟ୍ରିଆଲ ଆଲକୋହଲ ପିଇ ଅସୁସ୍ଥ ହୋଇ ପଡିବା ସହ ୭ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି। ଏହାସହ ଶହ ଶହ ଲୋକ ନିଜର ଦୃଷ୍ଟିଶକ୍ତି ମଧ୍ୟ ହରାଇଛନ୍ତି। ଅଲ ଜଜିରାରେ ପ୍ରକାଶିତ ଏକ ଖବରରୁ ଜଣାପଡିଛି କି ସୋସିଆଲ ମିଡିଆରେ ଟକ୍ସିକ ମିଥାନଲ ସେବନରେ କରୋନା ଦୂର ହୁଏ ବୋଲି ଭାଇରାଲ ହେବା ପରେ ଲୋକେ ଏହାକୁ ସେବନ କରିଥିଲେ ବୋଲି ସୋମବାର ଇରାନ ସରକାର କହିଛନ୍ତି।

Share