ବେଜିଂ,୫।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ଦେଶରେ ପ୍ରତିଷେଧକ ଟୀକା ନେଇ ଗବେଷଣା ଜାରି ରହିଛି। ଏପରିସ୍ଥଳେ ଉହାନରେ ସୁସ୍ଥ ହୋଇଥିବା କରୋନା ସଂକ୍ରମିତଙ୍କୁ ବାହାର କୌଣସି ଲୋକଙ୍କ ସହିତ ମିଳାମିଶା ଉପରେ ଚାଇନା କଟକଣା ଜାରି କରିଛି। ନିଜ ଅନୁଭୁତି ବିଷୟରେ କହିବାକୁ ଚାହୁଁଥିଲେ ମଧ୍ୟ ସେମାନଙ୍କୁ ଏଭଳି କରିବାକୁ ଅନୁମତି ଦିଆଯାଉ ନାହିଁ। ଉହାନରେ କରୋନା ସଂକ୍ରମଣ କିଭଳି ବ୍ୟାପିଲା ଏବଂ କାହିଁକି ସଂକ୍ରମିତଙ୍କ ମୃତ୍ୟୁ ଘଟିଲା ସେନେଇ ଚୁପ୍ ରହିବାକୁ ଚାଇନାର କମ୍ୟୁନିଷ୍ଟ ସରକାର ନିର୍ଦ୍ଦେଶ ଦେଇଥିବା କୁହାଯାଉଛି। ସରକାରଙ୍କ ବିରୋଧରେ କୌଣସି ମାମଲା ଦାଏର ନ କରିବାକୁ ଆଇନଜୀବୀ ମାନଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ସୁସ୍ଥ ହୋଇ ଘରକୁ ଫେରିଥିବା ସଂକ୍ରମିତ ଅନ୍ଲାଇନ୍ରେ କାହା ସହିତ ଚାଟ୍ କରୁଛନ୍ତି ପୋଲିସକୁ ସେସବୁର ଯାଞ୍ଜ୍ ଲାଗି କୁହାଯାଇଛି।