କରୋନା ସଂକ୍ରମଣରେ ଖବରଦାତାଙ୍କ ମୃତ୍ୟୁ

ଆଗ୍ରା,୮।୫: ନିକଟରେ ଉତ୍ତରପ୍ରଦେଶ ଆଗ୍ରାର ଜଣେ ଖବରଦାତା କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ତାଙ୍କୁ ଏସ୍‌ଏନ୍‌ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଗତ ବୁଧବାରଠାରୁ ସେ ଭେଣ୍ଟିଲେଟରରେ ଥିବା ବେଳେ ଗୁରୁବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ଆଗ୍ରା ଜିଲାପାଳ ପ୍ରଭୁ ଏନ୍‌ ସିଂ। ଖବରଦାତଙ୍କେ ମୃତ୍ୟୁ ପରେ ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ବୀମା ରାଶି ଓ ଜଣକୁ ସରକାରୀ ଚାକିରି ଦେବାକୁ ଦାବି କରାଯାଇଛି।

Share