କରୋନା ସଂକ୍ରମଣରେ ବ୍ୟବସାୟୀଙ୍କ ମୃତ୍ୟୁ: ଆଜାଦ୍‌ପୁର ମଣ୍ଡି ବନ୍ଦ ପାଇଁ ଦାବି; ଆଖପାଖ ଦୋକାନ ସିଲ୍‌

ନୂଆଦିଲ୍ଲୀ,୨୨।୪: ଭାରତରେ କରୋନା ସଂକ୍ରମଣ ନେଇ ସଙ୍କଟଜନକ ସ୍ଥିତି ସୃଷ୍ଟି ହୋଇଛି। ଦିଲ୍ଲୀର ଆଜାଦ୍‌ପୁର ମଣ୍ଡିରେ କରୋନା ସଂକ୍ରମଣରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ମଣ୍ଡିକୁ ବନ୍ଦ କରିବା ପାଇଁ ଲୋକେ ଦାବି କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ସମ୍ପୃକ୍ତ ବ୍ୟବସାୟୀଙ୍କ ଜେତରାତି ଦୋକାନର ଆଖପାଖରେ ଥିବା ଅନ୍ୟ ଦୋକାନଗୁଡ଼ିକୁ ସିଲ୍‌ କରିଦିଆଯାଇଛି। ପ୍ରଶାସନ ପକ୍ଷରୁ ସମଗ୍ର ଅଞ୍ଚଳକୁ ସାନିଟାଇଜ୍‌ କରାଯାଇଛି। ଏହା ସହିତ ୧୬୪୮ ପରିବାରଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ସୂଚନାଯୋଗ୍ୟ, ୫୭ ବର୍ଷ ବୟସ୍କ ବ୍ୟବସାୟୀଙ୍କ ନମୁନା ପରୀକ୍ଷା ହୋଇଥିଲା। ସୋମବାର ତାଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା।

Share