କରୋନା ସଂକ୍ରମଣରେ ମୂଳ ଭାରତୀୟ ବୈଜ୍ଞାନିକ ମୃତ: ଏଚ୍‌ଆଇଭି ଉପରେ କରିଥିଲେ ଗବେଷଣା

ନୂଆଦିଲ୍ଲୀ/ଡରବାନ୍‌,୨।୪: କରୋନା ସଂକ୍ରମଣରେ ମୂଳ ଭାରତୀୟ ଦକ୍ଷିଣ ଆଫ୍ରିକା ବୈଜ୍ଞାନିକ ପ୍ରଫେସର ଗୀତା ରାମ୍‌ଜେଙ୍କ ମୃତ୍ୟୁ ଘଟିଛି। ଡରବାନ୍‌ର ଏକ ହସ୍ପିଟାଲରେ ତାଙ୍କର ମଙ୍ଗଳବାର ମୃତ୍ୟୁ ହୋଇଛି। ଏନେଇ ଦକ୍ଷିଣ ଆଫ୍ରିକା ଉପରାଷ୍ଟ୍ରପତି ଡେଭିଡ୍‌ ମାବୁଜା ବୁଧବାର ସୂଚନା ଦେଇଥିଲେ। ଏଚ୍‌ଆଇଭି ବିରୋଧରେ ସଂଗ୍ରାମ ଜାରି ରଖିଥିବା ଜଣେ ଅଭିଜ୍ଞଙ୍କୁ ଦକ୍ଷିଣ ଆଫ୍ରିକା ହରାଇଥିବା ସେ ଭାବବିହ୍ବଳ ହୋଇ କହିଛନ୍ତି। କରୋନା ସଙ୍କଟ ସମୟରେ ସାରା ପୃଥିବୀ ଗୀତାଙ୍କଠାରୁ କିଛି ଆଶା କରୁଥିବାବେଳେ ତାଙ୍କର ପରଲୋକ ହୋଇଛି। ଏହା ସମଗ୍ର ପୃଥିବୀର ମାନବ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଉପରାଷ୍ଟ୍ରପତି କହିଛନ୍ତି। ସୂଚନାଯୋଗ୍ୟ, ଗୀତା ଏଚ୍‌ଆଇଭି ଉପରେ ଗବେଷଣା କରି ସେ ବିଶ୍ୱସ୍ତରରେ ବେଶ୍‌ ଖ୍ୟାତି ହାସଲ କରିଥିଲେ। ସେ ଏହାର ପ୍ରତିଷେଧକ ଟୀକା ପ୍ରସ୍ତୁତି ଉପରେ ଦୀର୍ଘଦିନ ଧରି ପ୍ରୟାସ ଜାରି ରଖିଥିଲେ।

Share