କରୋନା ସଂକ୍ରମଣରେ ସୌଦି ଆରବ ରାଜ ପରିବାରର ୧୫୦ ସଦସ୍ୟ !

ରିୟାଦ,୧୧।୪: ସୌଦି ଆରବର ରାଜ ପରିବାର ଏବେ କରୋନା କବଳରେ। ମିଳିଥିବା ଏକ ସୂଚନା ଅନୁଯାୟୀ, ଏବେ ସୌଦି ଆରବ ରାଜ ପରିବାରର ପାଖାପାଖି ୧୫୦ ଜଣ ସଦସ୍ୟ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ଦ ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ସୌଦି ପ୍ରିନ୍ସ ଫୈସଲ ବିନ ଅବଦୁଲ ଅଜିଜ ଅଲ ସଉଦ ଏବେ କରୋନାରେ ସଂକ୍ରମିତ ହୋଇ ଆଇସିୟୁରେ ରହିଛନ୍ତି। ରାଜପରିବାରର ସଦସ୍ୟ ତାଙ୍କ ସଂକ୍ରମଣକୁ ନେଇ ପ୍ରଥମେ ସୂଚନା ଦେଇଥିଲେ। ସେହିପରି କିଙ୍ଗ ସଲମାନ ଓ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ କରୋନା ଭାଇରସଠାରୁ ଦୂରେଇ ରହିବାକୁ ଆଇସୋଲେଶନରେ ଥିବା ଜଣାପଡିଛି। ରାଜ ପରିବାରଙ୍କ ବ୍ୟବହାର ପାଇଁ ଥିବା ଏକ ସ୍ବତନ୍ତ୍ର ହସ୍ପିଟାଲରେ ଅଧିକ ୫ଶହ ବେଡ୍‌ର ବ୍ୟବସ୍ଥା କରାଯାଇଛି। ଫଳରେ ଯଦି ରାଜ ପରିବାରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହୁଏ ତେବେ ଏହାର ଚିକିତ୍ସା କରିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି କୁହାଯାଇଛି।

Share