କରୋନା ସଂକ୍ରମଣରେ ୨୭ ବର୍ଷ ଯୁବକଙ୍କ ମୃତ୍ୟୁ

ପୁଣେ,୧୦।୪: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେଳକୁ ବେଳ ଅଣାୟତ ହେବାରେ ଲାଗିଛି। ଶୁକ୍ରବାର ପୁଣେରେ କରୋନା ପଜିଟିଭ ଥିବା ଜଣେ ୨୭ ବର୍ଷ ବୟସର ଯୁବକଙ୍କ ମୃତ୍ୟୁ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଯୁବକଙ୍କର ବିଭିନ୍ନ ଅଙ୍ଗ କାମ କରିବା ବନ୍ଦ କରିଦେଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ପୁଣେର ସ୍ବାସ୍ଥ୍ୟ ଅଧିକାରୀ। ଅହମଦନଗରରେ ରହୁଥିବା ଉକ୍ତ ଯୁବକଙ୍କର ସାସୁନ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ବେଳେ ଏବେ ଉକ୍ତ ଜିଲାରେ କରୋନା ମୃତ୍ୟୁ ସଂଖ୍ୟା ୨୫ରେ ପହଞ୍ଚିଥିବା ଜଣାପଡିଛି। ସୂଚନାଯୋଗ୍ୟ, ପୁଣେରେ ଏପର୍ଯ୍ୟନ୍ତ ୨୦୯ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଛି। ଏବେସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬,୪୨୧ ହୋଇଥିବା ବେଳେ ୫,୭୦୯ ଜଣଙ୍କ ଚିକିତ୍ସା ଚାଲିଛି। ୫୦୪ ଜଣ ସୁସ୍ଥ ହୋଇଥିବା ବେଳେ ୧୯୯ ଜଣଙ୍କ ମୃତ୍ୟୁ ହୋଇଛି ବୋଲି କହିଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ।

Share