କରୋନା ସଂକ୍ରମଣରେ ୨୭ ହଜାର ୩୬୫ ମୃତ: ଇଟାଲି-ସ୍ପେନ୍‌-ଫ୍ରାନ୍ସ୍‌ରେ ଗଡ଼ିଲାଣି ୧୬,୨୬୭ ମୁଣ୍ଡ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୮।୩: କରୋନା ସଂକ୍ରମଣ ସାରା ପୃଥିବୀରେ ସୃଷ୍ଟି କରିଛି କୋକୁଆ ଭୟ । ଇତିମଧ୍ୟରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ୨୭ ହଜାର ୩୬୫ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଇଟାଲି-ସ୍ପେନ୍‌-ଫ୍ରାନ୍ସ୍‌ରେ ୧୬,୨୬୭ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଇଟାଲିରେ ସଂକ୍ରମିତଙ୍କ ସଂଖ୍ୟା ୮୬ ହଜାର ଟପିଥିବାବେଳେ ମୃତ୍ୟୁ ସଂଖ୍ୟା ୯,୧୩୪ରେ ପହଞ୍ଚିଛି। ସେହିପରି ସ୍ପେନ୍‌ରେ ୫,୧୩୮ ଜଣ ଏବଂ ଫ୍ରାନ୍ସ୍‌ରେ ୧,୯୯୫ ଜଣଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଇଟାଲିରେ ୯୧୯ ଜଣ ଏବଂ ସ୍ପେନ୍‌ରେ ୭୭୩ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ଫ୍ରାନ୍ସ୍‌ରେ ଗୋଟିଏ ଦିନରେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଇରାନରେ ସଂକ୍ରମିତଙ୍କ ସଂଖ୍ୟା ୩୨,୩୩୨ ହୋଇଥିବାବେଳେ ୨,୩୭୮ଜଣଙ୍କ ମୃତ୍ୟୁ ଘଟିଛି।

Share