କରୋନା ସଂକ୍ରମଣ: ଅନ୍ତିମ ସଂସ୍କାର ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି

ମୁମ୍ବାଇ,୧୧।୬: ମିଳିଥିବା ଏକ ସୂଚନାରୁ ଜଣାପଡିଛି ମୁମ୍ବାଇରେ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ତେବେ ଏସବୁ ମୃତବ୍ୟକ୍ତିଙ୍କର କୌଣସି ସମ୍ପର୍କୀୟ ନ ଆସିବାରୁ ଏଭଳି ସମସ୍ୟା ଉପୁଜିଛି। ହସ୍ପିଟାଲ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ କେତେଜଣ ସଂକ୍ରମିତଙ୍କୁ ତାଙ୍କ ପାଖ ପଡୋଶୀ ଅଥବା ସାଙ୍ଗସାଥି ହସ୍ପିଟାଲରେ ଭର୍ତ୍ତି କରୁଛନ୍ତି। ଆଉ ଏହାପରେ ଯଦି ତାଙ୍କର ମୃତ୍ୟୁ ଘଟୁଛି ତେବେ ମୃତ ଶରୀର ଗୁଡିକ ନେବାକୁ କେହି ଆସୁ ନ ଥିବାରୁ ଏହା ଘଣ୍ଟା ଘଣ୍ଟା ପଡି ରହୁଛି ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ମହାରାଷ୍ଟ୍ର ଏବେ କରୋନା ସଂକ୍ରମଣରେ ଚାଇନାର ଉହାନକୁ ବି ପଛରେ ପକାଇ ସାରିଲାଣି। ଦିନକୁ ଦିନ ସେଠାରେ ସ୍ଥିତି ବିଗିଡିବାରେ ଲାଗିଛି। ଏବେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୯୦ ହଜାର ପାର କରି ସାରିଲାଣି। ସେହିପରି ମୃତକଙ୍କ ସଂଖ୍ୟା ମଧ୍ୟ ୩ ହଜାର ଅତିକ୍ରମ କରି ଗଲାଣି।

Share