କରୋନା ସଂକ୍ରମଣ କମୁଛି

ବେଜିଂ,୨୧।୨(ପି.ଟି./ ଆଇଏଏନ୍‌ଏସ୍‌): ଚାଇନାରେ କରୋନା ସଂକ୍ରମଣରେ ଏପର୍ଯ୍ୟନ୍ତ ୨,୧୧୮ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ସଂକ୍ରମିତଙ୍କ ସଂଖ୍ୟା ୭୪, ୫୭୬ରେ ପହଞ୍ଚିଛି। ବୁଧବାର ୧୧୪ ଜଣଙ୍କ ମୃତ୍ୟୁ ହୋଇଛି। ହେଲେ ନୂଆ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ଜଣାପଡ଼ିଛି। ଚାଇନାର ଜାତୀୟ ସ୍ବାସ୍ଥ୍ୟ କମିଶନ ପକ୍ଷରୁ କୁହାଯାଇଛି ଯେ, ନୂଆ ସଂକ୍ରମିତଙ୍କ ସଂଖ୍ୟା କମି ୩୯୪କୁ ଚାଲିଆସିଛି। ଗତ ଡିସେମ୍ବରଠାରୁ କରୋନା ଭୟଙ୍କର ରୂପ ଧାରଣ କରିଥିବା ବେଳେ ଏବେ ପ୍ରଥମ ଥର ଲାଗି ନୂଆ ସଂକ୍ରମଣକାରୀଙ୍କ ସଂଖ୍ୟା କମିବା ଆରମ୍ଭ କରିଛି। ତଥାପି ଏବେ ୪,୯୨୨ ଜଣ କରୋନାରେ ଆକ୍ରାନ୍ତ ଥିବା ସନ୍ଦେହ କରାଯାଉଛି। ଉହାନ ସହର ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ବୁଧବାର ୧,୭୭୯ ବ୍ୟକ୍ତି ରୋଗମୁକ୍ତ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି। ମୋଟ ୧୬,୧୫୫ ବ୍ୟକ୍ତି ଅଦ୍ୟାବଧି କରୋନା କବଳରୁ ମୁକୁଳିଥିବା ଜଣାପଡ଼ିଛି। ହଂକଂରେ ଏପର୍ଯ୍ୟନ୍ତ କରୋନା ଭାଇରସ୍‌ ସଂକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ୬୫ ସଂକ୍ରମଣର ଶିକାର ହୋଇଛନ୍ତି। ତାଇଓ୍ବାନ୍‌ରେ ୨୪, ମାକାଉରେ ୧୦ ବ୍ୟକ୍ତି କରୋନା ସଂକ୍ରମିତ ଥିବା ପ୍ରକାଶ।

Share