କରୋନା ସଂକ୍ରମଣ: କେଉଁ ଖାଦ୍ୟ ଖାଇଲେ ବଢ଼ିବ ରୋଗପ୍ରତିରୋଧକ ଶକ୍ତି

ଓ୍ବାଶିଂଟନ,୨୦।୪: କରୋନା ସଂକ୍ରମଣ ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। କରୋନ ସଂକ୍ରମଣରୁ ଦୂରେଇ ରହିବା ନେଇ ଭିନ୍ନ ଭିନ୍ନ ଗୁଜବ ମଧ୍ୟ ଉଠୁଛି। କେହି କେହି ଭିଟାମିନ୍‌-ସି, ଭିଟାମିନ୍‌-ଇ ଖାଇବା ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଶରୀରରେ କୌଣସି ଭିଟାମିନ୍‌ର ଅଭାବ ଦେଖାଦେଲେ ହିଁ ଏହାର ସପ୍ଲିମେଣ୍ଟ୍‌ ଗ୍ରହଣ କରିବା ଆବଶ୍ୟକ ବୋଲି ଆମେରିକା ୟେଲ୍‌ ବିଶ୍ୱବିଦ୍ୟାଳୟର ଇମ୍ୟୁନୋଲୋଜିଷ୍ଟ୍‌ ଅକିକୋ ଇବାସାକି କହିଛନ୍ତି। ଅନ୍ୟଥା ବିଭିନ୍ନ ଭିଟାମିନ୍‌ ଗ୍ରହଣ ଦ୍ୱାରା ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ। ସାଧାରଣତଃ ଭିଟାମିନ୍‌-ଡିର ସପ୍ଲିମେଣ୍ଟ୍‌ ଗ୍ରହଣ ସବୁବେଳେ କରାଯାଇଥାଏ। ପୃଥିବୀର ଗରିବ ରାଷ୍ଟ୍ରଠାରୁ ଆରମ୍ଭ କରି ବିକଶିତ ରାଷ୍ଟ୍ରରେ ବି ଭିଟାମିନ୍‌-ଡି ଅଭାବ ଦେଖାଦେଇଥାଏ। ଭିଟାମିନ୍‌-ଡି ଦ୍ୱାରା ଶରୀରର ବହୁବିଧ କାର୍ଯ୍ୟ ସମ୍ପନ୍ନ ହୋଇଥାଏ। ତେଣୁ ଏହାର ସପ୍ଲିମେଣ୍ଟ ଗ୍ରହଣ କଲେ ପ୍ରାୟତଃ କ୍ଷତି ହୋଇ ନ ଥାଏ। କେହିକେହି ଗ୍ରୀନ୍‌-ଟି ପିଇବା, ସବୁଜ ପନିପରିବା ଖାଇବା, ଲାଲ୍‌ ଲଙ୍କା ଖାଇବା ଦ୍ୱାରା ଶରୀର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇ କରୋନା ଭୂତାଣୁ ସଂକ୍ରମଣ ହେଉ ନ ଥିବା କହୁଛନ୍ତି। ତେବେ ପ୍ରକୃତପକ୍ଷେ ଦୈନଦିନ ଭୋଜନରେ ସନ୍ତୁଳିତ ଆହାରକୁ ପ୍ରାଥମିକତା ଦେବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ବୋଲି ଇବାସାକି କୁହନ୍ତି। ଯେତେବେଳେ ପୃଥିବୀରେ ଏଭଳି ମହାମାରୀ ଦେଖାଦେଇଛି ସେତେବେଳେ ଏଭଳି ବହୁ ଗୁଜବ ଉଠିଥାଏ। ତେବେ ଏହା କେତେ ଦୂର ବିଜ୍ଞାନ ଦ୍ୱାରା ପ୍ରମାଣିତ ତାହା ଦେଖିବାର ଆବଶ୍ୟକ ମଧ୍ୟ ରହିଛି। ଶରୀରର ରୋଗ ପ୍ରତିରୋଧକ କ୍ଷମତା ୩ଟି ଅଂଶରେ ଥାଏ। ପ୍ରଥମଟି ତ୍ୱଚା ହୋଇଥିବାବେଳେ ଦ୍ୱିତୀୟଟି ନାଶାପଥ ଏବଂ ତୃତୀୟଟି ମ୍ୟୁକସ ଝିଲ୍ଲି( ଲସିକା)। ଏଗୁଡ଼ିକ ମଧ୍ୟ ଦେଇ ଭୂତାଣୁ ଶରୀରରେ ପ୍ରବେଶ କରିଥାଏ। ଶରୀରର ରୋଗ ପ୍ରତିରୋଧକ ଶକ୍ତି ପାଇଁ ଦାୟୀ ଥିବା ଆଣ୍ଟିବଡ଼ି ଜିନ୍‌ ଯଦି ଆଣ୍ଟିଜେନ୍‌ଠାରୁ ଶକ୍ତିଶାଳୀ ହେଲା ତେବେ ଶରୀରରେ ସଂକ୍ରମଣ ହେବା ସମ୍ଭବ ନୁହେଁ। ଆଣ୍ଟିବଡ଼ିକୁ ଶକ୍ତିଶାଳୀ କରିବା ଲାଗି ସନ୍ତୁଳିତ ଆହାର ହିଁ ଜରୁରୀ। ଏପରିସ୍ଥଳେ ଗୁଜବର ବଶବର୍ତ୍ତୀ ହୋଇ ବିଭିନ୍ନ ଭିଟାମିନ୍‌ ଏବଂ ମନଇଛା ଖାଦ୍ୟ ଗ୍ରହଣ କେବେ ମଧ୍ୟ ଉପଯୋଗୀ ନୁହେଁ ବୋଲି ଇବାସାକି କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ବଦଳିଲେ ଅଧିକ କେଶ ଝଡେ? ଜାଣନ୍ତୁ କାରଣ

ଆଜିର ଦିନରେ କେଶ ଝଡ଼ିବା ସମସ୍ୟା ସାଧାରଣ ହୋଇଗଲାଣି। ପିଲାଠୁ ବୃଦ୍ଧକିମ୍ବା ଯୁବପିଢିଙ୍କ ଠାରେ ଏହିସମସ୍ୟା ଅଧିକ ଦେଶଯାଉଛ। ଏହି ସମସ୍ୟା କେବଳ ଆତ୍ମବିଶ୍ୱାସକୁ ପ୍ରଭାବିତ...

ଶୀତଦିନେ ବେଶ୍‌ ଉପକାରୀ ଫ୍ଲାକ୍ସ ସିଡ୍‌: ଏମିତି ଖାଆନ୍ତୁ…

ଫ୍ଲାକ୍ସ ସିଡ୍‌ ବା ଅଳସୀ ମଞ୍ଜିରେ ଭରିରହିଛି ଅନେକ ପୋଷକ ତତ୍ତ୍ୱ। ଏହାକୁ ପ୍ରତିଦିନ ଖାଦ୍ୟ ତାଲିକାରେ ସାମିଲ କଲେ, ବିଶେଷ କରି ଶୀତଦିନେ ଏହାକୁ...

ତ୍ୱଚା ପାଇଁ ବରଦାନ ବିଟ୍‌ରୁଟ୍‌:ଜାଣନ୍ତୁ କେମିତି କରିବେ ବ୍ୟବହାର…

ବିଟ୍‌ରୁଟ୍‌ରେ ଭରିରହିଛି ଅନେକ ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ତତ୍ତ୍ୱ… ବିଟ୍‌ ରସ ମଧ୍ୟ ଓଠକୁ ଗୋଲାପି କରିବାରେ ବେଶ୍‌ ଲାଭଦାୟକ। ଏକ ଚାମଚ୍‌ ବିଟ୍‌ ରସରେ ୨-୩...

ଟ୍ରମ୍ପଙ୍କୁ ଚେତାବନୀ ଦେଲେ ଟ୍ରୁଡୋ, ଅଟକି ଯାଆନ୍ତୁ ନହେଲେ…

ଓ୍ବାଶିଂଟନ୍‌,୮।୧: ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ନୂଆ ମିଶନରେ ଅଛନ୍ତି। ମେକ ଆମେରିକା ଗ୍ରେଟ ପୁନର୍ବାର ସ୍ଲୋଗାନ ଦେଇଥିବା ଟ୍ରମ୍ପ...

ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଆପଣାନ୍ତୁ ଏହି ଟିପ୍ସ

କଥାରେ ଅଛି ଯେଉଁ ସମ୍ପର୍କରେ ମାନ ଅଭିମାନ ନାହିଁ ସେଠି ଜୀବନର ଆନନ୍ଦ ନାହିଁ । ବିଶେଷ କରି ସ୍ବାମୀସ୍ତ୍ରୀଙ୍କ ଦାମ୍ପତ୍ୟ ଜୀବନରେ ଛୋଟ ଛୋଟ...

ବାଂଲାଦେଶର ସବୁ ଚାଲ୍‌ ଫେଲ୍‌, ହାସିନାଙ୍କୁ ନେଇ ବଡ଼ ନିଷ୍ପତ୍ତି ନେଲା ଭାରତ

ଢାକା,୮।୧: ଭାରତ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଭିସା ବୃଦ୍ଧି କରିଛି। ସେ ଅଗଷ୍ଟ ୨୦୨୩ରୁ ଭାରତରେ ରହୁଛନ୍ତି। ଏହି ନିଷ୍ପତ୍ତି ଏପରି ସମୟରେ...

ଟ୍ରୁଡୋଙ୍କ ଇସ୍ତଫା ପରେ ଆମେରିକା ସହ କାନାଡାର ମିଶ୍ରଣ ପାଇଁ ଟ୍ରମ୍ପ୍‌ଙ୍କ ଆହ୍ବାନ

ଓ୍ବାଶିଂଟନ,୮।୧: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ସୋମବାର ଇସ୍ତଫା ଦେଇଥିଲେ। ଏହାର କିଛି ଘଣ୍ଟା ପରେ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କାନାଡକୁ ୫୧ତମ...

ଦେଶରେ HMPV ଦେଖାଇଲା ଭୟଙ୍କର ରୂପ, ସ୍କୁଲ ଛୁଟି ଘୋଷଣା

ନୂଆଦିଲ୍ଲୀ,୭।୧: କରୋନା ପରେ ପୁଣି ଥରେ ଚାଇନାର ନୂଆ ଭାଇରସ ‘ହ୍ୟୁମାନ ମେଟାପ୍ନୁମୋ’ ବିଶ୍ୱକୁ ଭୟଭୀତ କରିବା ଆରମ୍ଭ କରିଛି। କୋଭିଡ ମହାମାରୀର ପ୍ରାୟ ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri