କରୋନା ସଂକ୍ରମଣ: କେନ୍ଦ୍ରୀୟ ବିଦ୍ୟାଳୟର ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ବିନା ପରୀକ୍ଷାରେ ପାସ୍‌

ନୂଆଦିଲ୍ଲୀ,୨୫।୩: କରୋନା ସଂକ୍ରମଣ ଯୋଗୁ ସାରା ଭାରତରେ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ସମସ୍ତ ସ୍କୁଲ ବନ୍ଦ ରହିଥିବାରୁ ପରୀକ୍ଷା କରିବା ଅସମ୍ଭବ। ତେଣୁ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରୀଛାତ୍ରଙ୍କୁ ବିନା ପରୀକ୍ଷା ପାସ୍‌ କରାଇବା ଲାଗି ନିଷ୍ପତ୍ତିି ଗ୍ରହଣ କରାଯାଇଛି। ମାଗଣା ଏବଂ ଅନିବାର୍ଯ୍ୟ ଶିକ୍ଷା ଆଇନ-୨୦୦୯ ଅନ୍ତର୍ଗତ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ଦିଆଯାଇଛି। ୨୦୧୯-୨୦ ଶିକ୍ଷାବର୍ଷର ୮ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରୀଛାତ୍ରଙ୍କୁ ଉପର ଶ୍ରେଣୀକୁ ପାସ୍‌ କରାଯାଇଥିବା ସଂଗଠନ ପକ୍ଷରୁ କୁହାଯାଇଛି। ଏନେଇ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଯୁଗ୍ମ କମିଶନର ଡ. ଇ. ପ୍ରଭାକର ଦେଶର ସମସ୍ତ କ୍ଷେତ୍ରୀୟ କାର୍ଯ୍ୟାଳୟର ଡେପୁଟି କମିଶନରଙ୍କୁ ନିର୍ଦ୍ଦେଶ ଜାରି କରିଥିବା ସୂଚନା ଦେଇଛନ୍ତି।

Share