କରୋନା ସଂକ୍ରମଣ କ୍ଷେତ୍ରରେ ଆଗକୁ ବଢୁଛି ଭାରତ: ବିଶ୍ୱରେ ୯୦ ଲକ୍ଷ ଅତିକ୍ରମ କଲା ସଂକ୍ରମିତଙ୍କ ସଂଖ୍ୟା

ଓ୍ବାଶିଂଟନ,୨୨।୬: ଆମେରିକା, ବ୍ରାଜିଲ, ଭାରତ, ରୁଷିଆ ଓ ପାକିସ୍ତାନ କରୋନା ସଂକ୍ରମଣ କ୍ଷେତ୍ରରେ ଆଗୁ ବଢିବାରେ ଲାଗିଛନ୍ତି। ରବିବାର ସାରା ବିଶ୍ୱରେ ୧ଲକ୍ଷ ୩୦ ହଜାର ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୦ ଲକ୍ଷ ଅତିକ୍ରମ କରି ସାରିଛି। ସେହିପରି ଗତ ୨୪ ଘଣ୍ଟାରେ ୩,୪୦୦ଜଣଙ୍କର କରୋନା ସଂକ୍ରମଣ ଯୋଗୁ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏହାସହ ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୬୯ ହଜାର ହୋଇଛି। ବ୍ରାଜିଲରେ ଏବେ ୫୦ ହଜାରରୁ ଅଧିକ ମୃତ୍ୟୁ ସେଠାକାର ସରକାରଙ୍କୁ ଚିନ୍ତାରେ ପକାଇ ସାରିଲାଣି। ସେହିପରି ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪,୨୫,୨୮୨ରେ ପହଞ୍ଚିଥିବା ବେଳେ ଗତ ୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମଣରେ ୪୪୫ଜଣଙ୍କ ମୃତ୍ୟୁ ହେବା ସହ ଆଉ ୧୪,୮୨୧ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

Share