କରୋନା ସଂକ୍ରମଣ ଡରରେ ଅନ୍ତିମ ସଂସ୍କାରରେ ପଡ଼ୋଶୀ ଦେଲେନି ଯୋଗ: ମୃତଦେହକୁ ପୋଲିସ ଦେଲେ କାନ୍ଧ

ନୂଆଦିଲ୍ଲୀ,୧୯।୫: ଦେଶରେ କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। କରୋନାକୁ ନେଇ ଲୋକଙ୍କ ମାନସିକତାରେ ମଧ୍ୟ ପରିବର୍ତ୍ତନ ଆସିଛି। ପରିସ୍ଥିତି ଏଭଳି ହୋଇଛି ଯେ, ଯଦି କୌଣସି ଲୋକଙ୍କ ମୃତ୍ୟୁ ଘଟୁଛି ତେବେ ସାହି ପଡ଼ିଶା କେହି ମଧ୍ୟ ଅନ୍ତିମ ସଂସ୍କାରରେ ମୃତଦେହକୁ କାନ୍ଧେଇ ନେବାକୁ ଆସୁ ନାହାଁନ୍ତି। ଦିଲ୍ଲୀର ଜୈତପୁର ଥାନା ଅଞ୍ଚଳରେ ଥିବା ଲଖପତ୍‌ କଲୋନୀରେ ଏଭଳି ଏକ ଘଟଣା ଘଟିଛି। ଯଶପାଲ ସିଂଙ୍କ ସ୍ତ୍ରୀ ସୁଧା ଦୀର୍ଘ ଦିନ ଶଯ୍ୟାଶାୟୀ ରହିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ପଡ଼ୋଶୀ କରୋନା ସଂକ୍ରମଣ ଡରରେ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ମନା କରିଦେଇଥିଲେ। ଶେଷରେ ଜୈତପୁର ଥାନା ପୋଲିସ ମୃତଦେହକୁ କାନ୍ଧେଇ ନେଇଥିଲେ। ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ସଭିଏଁ ମନା କରିବାରୁ ୬୬ ବର୍ଷ ବୟସ୍କ ଯଶପାଲ ଶେଷରେ ବାଧ୍ୟ ହୋଇ ସ୍ଥାନୀୟ ଏସ୍‌ଏଚ୍‌ଓଙ୍କୁ ଫୋନ୍‌ କରିଥିଲେ। ଏସ୍‌ଏଚ୍‌ଓ ଆନନ୍ଦ ସ୍ବରୂପ ଅନ୍ତିମ ସଂସ୍କାର ପାଇଁ କନଷ୍ଟେବଳ ରାହୁଲ, ରବିକାନ୍ତ, ପ୍ରବୀଣ, ସୁନୀଲ ଏବଂ ଧର୍ମେନ୍ଦ୍ରଙ୍କୁ ପଠାଇଥିଲେ। ପୋଲିସଙ୍କ ସହାୟତାରେ ସୁଧାଙ୍କ ମୃତଦେହ ଶ୍ମଶାନରେ ପହଞ୍ଚିଥିବା ଡିସିପି ଆର୍‌.ପି. ମିଣା ସୂଚନା ଦେଇଛନ୍ତି।

Share