କରୋନା ସଂକ୍ରମଣ ପାଇଁ ଚାଇନା ମାଂସ ବଜାରକୁ ଦାୟୀ କଲେ ମୋରିସନ୍‌: ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ଜାତିସଂଘରେ ଅପିଲ୍‌

ମେଲବୋର୍ନ, ୪ ।୪: ପୃଥିବୀରେ ଦେଖାଦେଇଥିବା କରୋନା ଆତଙ୍କ ପାଇଁ ଚାଇନାର ମାଂସ ବଜାର ହିଁ ଦାୟୀ । ଏନେଇ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ଅଭିଯୋଗ କରିଛନ୍ତି । ଚାଇନା ମାଂସ ବଜାର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ମୋରିସନ୍ ଜାତିସଂଘରରେ ଅପିଲ୍ ମଧ୍ୟ କରିଛନ୍ତି । ଏହି ମାଂସ ବଜାର ଚାଇନା ସମେତ ସାରା ପୃଥିବୀର ମାନଦବ ସମାଜ ପାଇଁ ବିପଦ ବୋଲି ସେ ସୂଚିତ କରିଛନ୍ତି । ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବରରେ ଚାଇନାର ଉହାନସ୍ଥିତ ମାଂସ ବଜାରରୁ କରୋନ ସଂକ୍ରମଣ ଆରମ୍ଭ ହୋଇଥିବା କୁହାଯାଉଛି ।

Share