କରୋନା ସଂକ୍ରମଣ ପାଇଁ ଦାୟୀ ଚାଇନା: ସୁପ୍ରିମ୍‌କୋର୍ଟରେ ୬୦ ହଜାର କୋଟି ଡଲାରର କ୍ଷତିପୂରଣ ମାମଲା

ନୂଆଦିଲ୍ଲୀ,୯।୫: ପୃଥିବୀରେ କରୋନା ସଂକ୍ରମଣ ପାଇଁ ଚାଇନାକୁ ଦାୟୀ କରାଯାଉଛି। ଉହାନ୍‌ର ଏକ ଲ୍ୟାବ୍‌ରୁ ଏହା ଲିକ୍‌ ହୋଇଥିବା କୁହାଯାଉଛି। ଇିତମଧ୍ୟରେ ଆମେରିକା, ବ୍ରିଟେନ୍‌, ଜର୍ମାନୀ ଆଦି ଦେଶ କରୋନା ସଂକ୍ରମଣ ଲାଗି ଚାଇନାକୁ ଦାୟୀ କରିଛନ୍ତି। ଏବେ ଭାରତରେ କରୋନା ସଂକ୍ରମଣ ଲାଗି ଚାଇନା ୬୦ ହଜାର କୋଟି ଡଲାରର କ୍ଷତି ପୂରଣ ଦେଉବୋଲି ଦର୍ଶାଇ ଏକ ମାମଲା ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇଛି। ତାମିଲନାଡୁର ମଦୁରାଇର କେ.କେ. ରମେଶ ନାମକ ଜଣେ ବ୍ୟକ୍ତି ଏହି ମାମଲା ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ କରିଥିବା କୁହାଯାଉଛି। ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତରେ ଏହି ମାମଲା ଉଠାଇବାକୁ ସେ ଚାହୁଁଥିବା କହିଛନ୍ତି। ତେବେ ଏନେଇ ସୁପ୍ରିମ୍‌କୋର୍ଟ ସହାୟତା ସେ ଲୋଡ଼ିଥିବା ସୂଚନା ଦେଇଛନ୍ତି।

Share