କରୋନା ସଂକ୍ରମଣ: ବ୍ରିଟେନରେ ଭାରତୀୟ ଡାକ୍ତରଙ୍କ ମୃତ୍ୟୁ

ଲଣ୍ଡନ,୭।୪: ବ୍ରିଟେନରେ କାର୍ଯ୍ୟରତ ଜଣେ ଭାରତୀୟ ଡାକ୍ତର ଜିତେନ୍ଦ୍ର କୁମାର ରାଥୋଡଙ୍କର କରୋନା ସଂକ୍ରମଣରେ ସୋମବାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଡାକ୍ତର ରାଥୋଡ ୧୯୭୭ରେ ବମ୍ବେ ବିଶ୍ୱବିଦ୍ୟାଳୟରୁ ମେଡିକାଲ ଡିଗ୍ରୀ ପାଇବା ପରେ ବ୍ରିଟେନ ଚାଲିଯାଇଥିଲେ। ସେଠାରେ ସେ ନ୍ୟାଶନାଲ ହେଲ୍‌ଥ ସର୍ଭିସରେ କାମ କରୁଥିଲେ। ତେବେ କରୋନା ସଂକ୍ରମଣରେ ସୋମବାର ତାଙ୍କର ମୃତ୍ୟୁ ହୋଇଥିବା ଓ୍ବାଲସ୍‌ର ପ୍ରତିନିଧିମାନେ ଜଣାଇଛନ୍ତି। ଡାକ୍ତର ରାଥୋଡ ସେଠାରେ ହୃଦରୋଗ ବିଭାଗରେ ଆସୋସିଏଟ ସ୍ପେଶାଲିଷ୍ଟ ଭାବେ କାମ କରୁଥିଲେ।

Share