Categories: ଜାତୀୟ

କରୋନା ସଂକ୍ରମଣ: ଭାରତର ସ୍ଥିତି ଇଟାଲିଠାରୁ ମାସେ; ଆମେରିକାଠୁ ମାତ୍ର ୧୫ ଦିନ ଦୂରରେ

ନୂଆଦିଲ୍ଲୀ,୨୧।୩: ପୃଥିବୀସାରା କରୋନା ଯୋଗୁ ଆତଙ୍କ ଦେଖାଦେଇଛି। ଫଳରେ ଗମନାଗମନ ଏକଦମ୍‌ ଠପ୍‌ ହୋଇଯାଇଛି। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେଧୀରେ ବଢୁଛି। ଭାରତର ସ୍ଥିତି ଇଟାଲିର ଅବସ୍ଥାଠାରୁ ମାସେ ଦୂରରେ ଥିବାବେଳେ ଆମେରିକାର ସ୍ଥିତିଠାରୁ ମାତ୍ର ୧୫ ଦିନ ଦୂରରେ ରହିଛି ବୋଲି ଦି ଇକୋନୋମିଷ୍ଟ୍‌ ପକ୍ଷରୁ କୁହାଯାଇଛି। ଭାରତରେ ମୋଟ ଜିଡ଼ିପିର କେବଳ ୧.୬ ପ୍ରତିଶତ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଖର୍ଚ୍ଚ ହୋଇଥାଏ। ଭାରତରେ ବିଭିନ୍ନ ହସ୍ପିଟାଲରେ ଥିବା ଆଇସିୟୁରେ କେବଳ ଏକ ଲକ୍ଷ ଶଯ୍ୟା ରହିଛି। ଯାହାକି ଜରୁରୀକାଳୀନ ସ୍ଥିତିର ମୁକାବିଲା କରିବା ଲାଗି ବହୁତ କମ। ଅପରପକ୍ଷରେ ଲୋକଙ୍କୁ ସଚେତନ କରିବା ଲାଗି ଟେଲିଭିଜନ ଏବଂ ୯୦ କୋଟିରୁ ଅଧିକ ମୋବାଇଲ୍‌ ଫୋନ୍‌ରେ ବାର୍ତ୍ତା ପ୍ରସାର କରାଯାଉଛି। ସେହିପରି ମାର୍ଚ୍ଚ ୨୨ରେ ଦେଶବ୍ୟାପି ଜନତା କର୍ଫ୍ୟୁ ଜାରି ହୋଇଛି।

Share