କରୋନା ସଂକ୍ରମଣ ଭୟ: ଚାଇନା ନୋଟ୍‌, କଏନ୍‌କୁ ଗୋଦାମରେ ଅଲଗା ରଖାଯାଉଛି

ବେଜିଂ,୧୬।୨: ଚାଇନାରେ କରୋନା ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ପୃଥିବୀର ୨୭ରୁ ଅଧିକ ଦେଶରେ ଏହା ସଂକ୍ରମିତ ହୋଇଛି। ତେବେ ଏବେ ଚାଇନା ନୋଟ୍‌ ଓ କଏନ୍‌କୁ ନେଇ ସତର୍କ ରହିବାକୁ କୁହାଯାଉଛି। ଏହା ଦ୍ୱାରା କରୋନା ସଂକ୍ରମଣ ହେବାର ଆଶଙ୍କା କରି ଚାଇନା ସରକାର ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି। କରୋନା ସଂକ୍ରମିତ ଥିବା ଅଞ୍ଚଳର କଏନ୍‌ ଓ ଟଙ୍କାକୁ ଅଲଗା ଗୋଦାମରେ ରଖାଯାଉଛି। ଇତିମଧ୍ୟରେ ଚାଇନା ସରକାରଙ୍କ ଦ୍ୱାରା ଏହି ଗୋଦାମରେ ୪ ହଜାର କୋଟି ୟୁହାନ ଜମା କରାଯାଇଛି।

Share