କରୋନା ସଂକ୍ରମଣ ଭୟ: ନବଜାତକକୁ ସ୍ତନ୍ୟପାନ କରାଇଲେ ହସ୍ପିଟାଲର କାର୍ଯ୍ୟରତ ନର୍ସ!

କୋଲକାତା,୧।୬: ପଶ୍ଚିମବଙ୍ଗର ଆର୍‌ଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଜଣେ କାର୍ଯ୍ୟରତ ନର୍ସ। ନିକଟରେ ଜଣେ ମହିଳାଙ୍କର ଆର୍‌ଜି କର ମେଡିକାଲରେ ସନ୍ତାନ ପ୍ରସବ ହୋଇଥିଲା। ହେଲେ ତାଙ୍କର ସିଜରିଆନ୍‌ ସେକ୍ସନ ହୋଇଥିବାରୁ ସେ ତୁରନ୍ତ ପିଲାକୁ ସ୍ତନ୍ୟପାନ କରାଇ ପାରି ନ ଥିଲେ। ହେଲେ ଶିଶୁଟି ଭୋଗରେ ଆଉଟୁ ପାଉଟୁ ହେଉଥିଲେ ମଧ୍ୟ କରୋନା ସଂକ୍ରମଣ ଭୟରେ କେହି ଶିଶୁଟି ପାଖକୁ ଯାଇ ନ ଥିଲେ। ଏହା ଦେଖି ସେଠାରେ କାର୍ଯ୍ୟରତ ଜଣେ କରୋନା ଯୋଦ୍ଧା ବା ନର୍ସ ଶିଶୁଟିକୁ ସ୍ତନ୍ୟପାନ କରାଇଥିଲେ। ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲା। କରୋନା ସଂକ୍ରମଣ କାରଣରୁ ଅନ୍ୟମାନେ ପିଲାଟିକୁ ଛୁଇଁ ନ ଥିଲେ। ତେବେ ସେଠାରେ ଜଣେ ନର୍ସ ୮ ମାସ ତଳେ ଏକ ସନ୍ତାନ ପ୍ରସବ କରିଥିବା ବେଳେ ଏହି ଦୃଶ୍ୟ ସେ ଦେଖି ନ ପାରି ବରଂ ନବଜାତକକୁ ସ୍ତନ୍ୟପାନ କରାଇଥିଲେ। ନର୍ସ ଜଣଙ୍କ ତାଙ୍କ ୮ ମାସର ସନ୍ତାନକୁ ସ୍ତନ୍ୟପାନ କରାଉଥିବାରୁ ଏକଥା ଶୁଣି ତାଙ୍କ ଘର ଲୋକେ ବ୍ୟତିବ୍ୟସ୍ତ ହୋଇ ପଡିଥିଲେ। ହେଲେ ସେ ଯେ ସମ୍ପୂର୍ଣ୍ଣ ଭାବେ ସତର୍କତା ଅବଲମ୍ବନ କରି ନବଜାତକକୁ ସ୍ତନ୍ୟ ପାନ କରାଇଥିବା କହିବା ପରେ ଘର ଲୋକ ଆଶ୍ୱସ୍ତ ହୋଇଛନ୍ତି।

Share