କରୋନା ସଂକ୍ରମଣ ମସ୍ତିଷ୍କ ଉପରେ ପକାଉଛି ପ୍ରଭାବ: ଏମ୍ସ

ନୂଆଦିଲ୍ଲୀ,୨୦ ।୧୦: କରୋନା ସଂକ୍ରମଣ ପରେ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ପାଖରେ ଆହୁରି କିଛି ଶାରୀରିକ ସମସ୍ୟା ଦେଖାଯାଉଛି ବୋଲି ପୂର୍ବରୁ କରାଯାଇଥିବା କିଛି ଗବେଷଣାରୁ ଜଣାପଡିଥିଲା । ଏବେ ନୂଆଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍‌(ଏମ୍ସ) ଯେଉଁ ତଥ୍ୟ ଦେଇଛି ତାହା ପୁଣି ସମସ୍ତଙ୍କୁ ଅଡୁଆରେ ପକାଇଛି । ଏମ୍ସ କହିଛି କରୋନା ସଂକ୍ରମଣ ଯୋଗୁ ମସ୍ତିଷ୍କର ସ୍ନାୟୁ କ୍ଷତିଗ୍ରସ୍ତ ହେଉଛି । ନିକଟରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି । ୧୧ ବର୍ଷୀୟ ଜଣେ ଶିଶୁ କରୋନା ସଂକ୍ରମିତ ହେବା ପରେ ତାଙ୍କ ମସ୍ତିଷ୍କର ସ୍ନାୟୁ କ୍ଷତିଗ୍ରସ୍ତ ହେବା ପରେ ତାଙ୍କ ଦୃଷ୍ଟିଶକ୍ତି କମ୍ ହୋଇ ଯାଇଛି । ଚାଇଲ୍ଡ ନ୍ୟୁରୋଲୋଜି ଡିଭିଜନର ଡାକ୍ତର ଶିଶୁଟିର ସ୍ୱାସ୍ଥ୍ୟକୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି । ଯାହାକୁ ଖୁବ୍‌ଶୀଘ୍ର ପ୍ରକାଶ କରାଯିବାକୁ ଯୋଜନା କରାଯାଇଛି । ତେବେ ଏହା ପ୍ରଥମ ଘଟଣା ବୋଲି ଚିକିତ୍ସକ କହିଛନ୍ତି ।

Share