କରୋନା ସଂକ୍ରମଣ ମା’ଙ୍କ ଠାରୁ ନବଜାତକଙ୍କୁ ହେବାର ରହିଛି ବି ଆଶଙ୍କା !

ନୂଆଦିଲ୍ଲୀ,୧୪।୪: କରୋନା ସଂକ୍ରମଣ ନେଇ ଭାରତୀୟ ମେଡିକାଲ ରିସର୍ଚ୍ଚ କାଉନସିଲ୍‌ (ଆଇସିଏମ୍‌ଆର୍‌) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ, କରୋନା ସଂକ୍ରମିତ ମା’ଙ୍କ ଠାରୁ ଜନ୍ମ ହେଉଥିବା ନବଜାତକଙ୍କୁ ମଧ୍ୟ ସଂକ୍ରମଣର ହେବାର ଆଶଙ୍କା ରହିଛି। ତେବେ ଏହା ମା’ଙ୍କଠାରେ କେତେ ପରିମାଣର ସଂକ୍ରମଣ ହୋଇଛି ତାହା ଉପରେ ନିର୍ଭର କରିଥାଏ। କିନ୍ତୁ ବର୍ତ୍ତମାନ ସୁଦ୍ଧା ମା’ କ୍ଷୀରରେ କରୋନା ସଂକ୍ରମଣ ନେଇ ହୋଇଥିବା ପରୀକ୍ଷାରେ କୌଣସି ପଜିଟିଭ୍‌ ରିପୋର୍ଟ ମିଳି ନ ଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ସେହିପରି କରୋନା ସଂକ୍ରମିତ ଗର୍ଭବତୀ ମହିଳାଙ୍କ ଗର୍ଭପାତ ହେବାର କୌଣସି ଘଟଣା ମଧ୍ୟ ଏପର୍ଯ୍ୟନ୍ତ ଘଟି ନାହିଁ। ନବଜାତକ କରୋନା ସଂକ୍ରମିତ ମା’ଙ୍କଠାରୁ ସ୍ତନ୍ୟପାନ କରିବାରେ କୌଣସି ପ୍ରତିବନ୍ଧକ ନ ଥିବା ଆଇସିଏମ୍‌ଆର କହିଛି।

Share