କରୋନା ସଂକ୍ରମଣ: ମୃତକଙ୍କ ପାଇଁ ୧୫ ପୃଷ୍ଠାର ଶୋକ ପ୍ରକାଶ କଲା ଆମେରିକା ଖବର କାଗଜ

ଓ୍ବାଶିଂଟନ,୨୨।୪: କରୋନା ସଂକ୍ରମଣର ତାଣ୍ଡବ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। ଆମେରିକାର ଏକ ଖବର କାଗଜ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଥିବା ଲୋକଙ୍କ ଉଦ୍ଦେଶ୍ୟରେ ୧୫ ପୃଷ୍ଠାର ଶୋକ ପ୍ରକାଶ କରିଛି। ଏପ୍ରିଲ୍‌ ୧୯ରେ ମୃତ୍ୟୁ ଘଟିଥିବା ଲୋକଙ୍କ ପାଇଁ ‘ ଦି ବୋଷ୍ଟନ ଗ୍ଲୋବ୍‌ ଟୁଡେ’ ଖବର କାଗଜ ପକ୍ଷରୁ ଏଭଳି ନିଆରା ଢ଼ଙ୍ଗରେ ମୃତକଙ୍କ ପ୍ରତି ଶୋକ ପ୍ରକାଶ ପାଇଛି। ରବିବାର ସଂସ୍କରଣ ଏଭଳି ଶୋକ ପ୍ରକାଶ କରିବାକୁ ପୂର୍ବରୁ ଖବର କାଗଜ ପରିଚାଳକ ନିଷ୍ପତ୍ତି ନେଇଥିଲେ। ଶୋକବାର୍ତ୍ତା ପ୍ରକାଶ ପାଇବା ପରେ ଏହି ଖବରକୁ ଟୁଇଟ୍‌ କରାଯାଇଥିଲା। ଏବେ ଏହା ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share