Categories: ଜାତୀୟ

କରୋନା ସଂକ୍ରମଣ ଯୋଗୁ ବାତିଲ ହେଲା ୧୬୮ ଟ୍ରେନ୍‌

ନୂଆଦିଲ୍ଲୀ,୧୯।୩: କରୋନା କବଳରେ ସାରା ବିଶ୍ୱ। ଏବେ ଏହା ଭାରତ ପାଇଁ ଚ୍ୟାଲେଞ୍ଜ ହୋଇ ଠିଆ ହୋଇଛି। ଏବେ ଭାରତରେ ଏହା ଷ୍ଟେଜ୍‌ ୨ରେ ଥିବାରୁ ଏହାକୁ ଦୂରେଇ ଦେବାକୁ ଚାଲିଛି ପ୍ରୟାସ। ଦେଶର ବିଭିନ୍ନ ସ୍ଥାନରେ ଏକ ପ୍ରକାର ଅଘୋଷିତ କର୍ଫ୍ୟୁ ଜାରି କଲାଭଳି ମନେ ହେଉଛି। ସହର ବଜାର ସବୁ ଯେମିତି ଖାଁ ଖାଁ ହୋଇଯାଇଛି। ବାହାରକୁ ଯାଆସ କରିବା ଏକ ପ୍ରକାର ବନ୍ଦ ହୋଇ ଯାଇଛି। ବିମାନ ବନ୍ଦରଠାରୁ ଆରମ୍ଭ କରି ରେଲଓ୍ବେ ଷ୍ଟେଶନ ପର୍ଯ୍ୟନ୍ତ ସବୁଠି ଯାତ୍ରୀଙ୍କ ସଂଖ୍ୟା କମ୍‌ ହୋଇଯାଇଛି। ଏହାକୁ ଦେଖି ଗୁରୁବାର ଭାରତୀୟ ରେଲଓ୍ବେ ପକ୍ଷରୁ ପ୍ରାୟ ୧୬୮ ଟ୍ରେନ୍‌କୁ ବାତିଲ କରାଯାଇଛି। ସେହିପରି ଚେନ୍ନାଇ ବିମାନ ବନ୍ଦରରୁ ୫୦ ଅନ୍ତରାଷ୍ଟ୍ରୀୟ ଉଡାଣ ଓ ପାଖାପାଖି ୩୪ ଘରୋଇ ଉଡାଣକୁ ବାତିଲ କରାଯାଇଛି।

Share