Advertisement

କରୋନା ସଂକ୍ରମଣ ରହିବ ୨ ବର୍ଷ: ଆମେରିକା ରିପୋର୍ଟ

ଓ୍ବାଶିଂଟନ,୨।୫: କରୋନା ସଂକ୍ରମଣ ଆଗାମୀ ବର୍ଷେରୁ ୨ ବର୍ଷ ପର୍ଯ୍ୟନ୍ତ ରହିବ ବୋଲି ଆମେରିକା କହିଛି। ଆମେରିକାର ସେଣ୍ଟର ଫର୍‌ ଇନଫେକ୍‌ସିୟସ୍‌ ଡିଜିଜ୍‌ ରିସର୍ଚ୍ଚ ଆଣ୍ଡ୍‌ ପଲିସି (ସିଆଇଡିଆର୍‌ଏପି) ପକ୍ଷରୁ ଏନେଇ ପ୍ରକାଶିତ ଏକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ଏନେଇ ୩ ପ୍ରକାର ଆକଳନ କରାଯାଇଛି। ପ୍ରଥମତଃ ୨୦୨୧ ସୁଦ୍ଧା କରୋନା ସଂକ୍ରମଣ ପୃଥିବୀରୁ ଲୋପ ପାଇବାର ଆଶା ରହିଛି। ତେବେ ଏହା ବିଭିନ୍ନ ଦେଶର ଭୌଗୋଳିକ ସ୍ଥିତି ତଥା ପରିବେଶ ଉପରେ ମୁଖ୍ୟତଃ ନିର୍ଭର କରିବ। ଏହା ସହିତ ବିଭିନ୍ନ ଦେଶରେ କରୋନା ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଶେଷ ଗୁରୁତ୍ୱ ବହନ କରିବ। ସେହିପରି ଦ୍ୱିତୀୟ ଆକଳନ ଅନୁସାରେ, ଅଧିକ ସଙ୍କଟ ଜନକ ସ୍ଥିତି କ୍ଷେତ୍ରରେ କରୋନା ସଂକ୍ରମଣ ୨୦୨୨ ପର୍ଯ୍ୟନ୍ତ ମଧ୍ୟ ରହିବ। ଅପରପକ୍ଷରେ ତୃତୀୟ ଆକଳନ ଅନୁସାରେ ସାମ୍ପ୍ରତିକ ସ୍ଥିତିରେ ସୁଧାର ଆସିଲେ ସଂକ୍ରମଣ ହାର କମ୍‌ ରହିବ। ଏପରିସ୍ଥଳେ ସଂକ୍ରମଣ ଏକ ବର୍ଷ ମଧ୍ୟରେ ହୁଏତ ଲୋପ ପାଇବାର ଆଶା ଥିବା ରିପୋର୍ଟରେ ପ୍ରକାଶ ପାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share