କରୋନା ସଂକ୍ରମଣ ରୋକିବାକୁ ବିଶ୍ୱଶାନ୍ତି ମହାଯଜ୍ଞ

ସିମୁଳିଆ,୧୭।୩(ଡି.ଏନ.ଏ.)-କରୋନା କବଳରେ ସାରା ବିଶ୍ୱ ପ୍ରଭାବିତ। ଏଥିରୁ ନିସ୍ତାର ପାଇଁ ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଜାମୁଝାଡ଼ି ଅଞ୍ଚଳର ମା’ ବୁଢ଼ୀବାସୁଳୀଙ୍କ ନିକଟରେ ଚାଲିଛି ପୂଜାର୍ଚ୍ଚନା। ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ଦ୍ୱାରା ଆୟୋଜିତ ହୋଇଛି ବିଶ୍ୱଶାନ୍ତି ମହାଯଜ୍ଞ। ଏହି ଅବସରରେ ମଙ୍ଗଳବାର ପୂର୍ବାହ୍ନରେ ନିକଟସ୍ଥ ରହଣିଆ ଦାଣ୍ଡମଙ୍ଗଳା ପୁଷ୍କରଣୀରୁ ମହିଳା ଓ ପୁରୁଷମାନେ ୧୧ଟି ଘଟୋତ୍ତଳନ କରି ଯଜ୍ଞ ମଣ୍ଡପକୁ ଆଣିଥିଲେ। ମା’ବୁଢ଼ୀବାସୁଳୀ ଓ ହନୁମାନ ମନ୍ଦିରରେ ବିଧି ଉପଚାର ପୂଜା ଅନୁଷ୍ଠିତ ହୋଇଥିଲା। କଟକ ମାହାଙ୍ଗାର ରାମକୃଷ୍ଣ ମଠ ସେବକ ପଣ୍ଡିତ ପ୍ରମୋଦ ପଣ୍ଡା, ସୁରେଶ କୁମାର ମହାପାତ୍ର, ପୁରୀରୁ ପଣ୍ଡିତ ଜଗବନ୍ଧୁ ଦୀକ୍ଷିତ, ସ୍ଥାନୀୟ ରାମକୃଷ୍ଣ ମଠ ସେବକ ପରମାନନ୍ଦ ଦାଶ ପ୍ରମୁଖ ଯଜ୍ଞ ଉତ୍ସବରେ ଯୋଗ ଦେଇଥିଲେ। ଅପରାହ୍ନରେ ଅଗ୍ନିସ୍ଥାପନ, ବୁଧବାର ଆହୁତି ଓ ଗୁରୁବାର ପୂର୍ଣ୍ଣାହୁତି ଦିଆଯିବ। ସ୍ଥାନୀୟ ଅଞ୍ଚଳର ମହେଶ୍ୱର ମହାକୁଡ଼, ରନତ୍ାକର ବେହେରା, ଉମାକାନ୍ତ ବାରିକ, ଅକ୍ଷୟ ବିଶ୍ୱାଳ, ଶ୍ରୀଧର ମହାନ୍ତି, ଭାସ୍କର ଚନ୍ଦ୍ର ପାଢ଼ୀ ପ୍ରମୁଖ ଗ୍ରାମବାସୀ ସହଯୋଗ କରିଛନ୍ତି।

Share