କରୋନା ସଂକ୍ରମଣ ରୋକିବା ଲାଗି ଦେଶବ୍ୟାପୀ ଲାଗୁ ହୋଇପାରେ ଭୀଲ୍‌ଓ୍ବାଡ଼ା ମଡେଲ

ନୂଆଦିଲ୍ଲୀ,୬।୪: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଦେଶବ୍ୟାପୀ ରାଜସ୍ଥାନର ଭୀଲଓ୍ବାଡ଼ାରେ ହୋଇଥିବା କାର୍ଯ୍ୟକ୍ରମ ଲାଗୁ କରାଯିବାକୁ ଯୋଜନା କରାଯାଉଛି। ଗତ ମାସରେ ଭୀଲଓ୍ବାଡ଼ା ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ଏହାକୁ ହଟ୍‌ସ୍ପଟ୍‌ ଭାବେ ଘୋଷଣା କରାଯାଇଥିଲା। ତେବେ କରୋନା ସଂକ୍ରମିତଙ୍କ ସଂଖ୍ୟା କମାଇବା ପାଇଁ ୧୬ ହଜାର ସ୍ବାସ୍ଥ୍ୟକର୍ମୀଙ୍କ ଏକ ଦଳକୁ ଏଠାକୁ ପଠାଯାଇଥିଲା। ସ୍ବାସ୍ଥ୍ୟକର୍ମୀମାନେ ଘରଘର ବୁଲି ସ୍କ୍ରିନିଂ ଆରମ୍ଭ କରିଥିଲେ। ଫଳରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଆଉ ବୃଦ୍ଧି ଘଟି ନ ଥିଲା। ଏବେ ଏହି ମଡେଲ ଦେଶବ୍ୟାପୀ ଲାଗୁ କରାଯିବା ନେଇ ଚିନ୍ତା କରାଯାଉଛି।

Share