Categories: ଜାତୀୟ

କରୋନା ସଂକ୍ରମଣ ରୋକିବ ହୋମିଓପ୍ୟାଥି ଔଷଧ ‘ଆର୍ସେନିକ୍‌ ଅଲବୁମ୍‌-୩୦’: ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏଡଭାଇଜରି ଜାରି

ଜୟପୁର,୩।୨: ସାରା ପୃଥିବୀରେ କରୋନା ଭୁତାଣୁ ସଂକ୍ରମଣ ନେଇ ଆତଙ୍କ ଖେଳି ଯାଇଛି। ଇତିମଧ୍ୟରେ ଭାରତର କେରଳରେ ୨ ଜଣଙ୍କଠାରେ କରୋନା ଭୁତାଣୁ ଚିହ୍ନଟ ହୋଇଛି। ସେହିପରି ପଶ୍ଚିମବଙ୍ଗରେ ୮ ସନ୍ଦିଗ୍ଧଙ୍କୁ ଚିହ୍ନ କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ଏକ ଏଡଭାଇଜରି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ହୋମିଓପ୍ୟାଥି ଔଷଧ ‘ଆର୍ସେନିକ୍‌ ଅଲବୁମ୍‌-୩୦’ କରୋନା ସଂକ୍ରମଣ ରୋକିବାରେ ସକ୍ଷମ ହେବ। ତେଣୁ ଏହାକୁ ୩ ଦିନ ପର୍ଯ୍ୟନ୍ତ ଖାଲି ପେଟରେ ସେବନ କରିବାକୁ ସରକାରଙ୍କ ପରାମର୍ଶ ଦିଆଯାଇଛି। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏହି ଏଡ଼ଭାଇଜରୀ ଜାରି କରାଯାଇଛି। ଏହାପରେ ଏକମାସ ପରେ ଏହି ଔଷଧ ପୁଣିଥରେ ମଧ୍ୟ ସେବନ କରାଯାଇପାରେ ବୋଲି ଏଥିରେ ପରାମର୍ଶ ଦିଆଯାଇଛି। କରୋନା ସଂକ୍ରମଣ ରୋକିବା ଲାଗି ତୁଳସୀ, ଗୋଲମରିଚ ଏବଂ ପିପ୍ପଳୀ ଚୂର୍ଣ୍ଣ ସେବନ କଲେ ମଧ୍ୟ ସୁଫଳ ମିଳିବ ବୋଲି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୫ ଗ୍ରାମ୍‌ ଗୋଲମରିଚ ଏବଂ ପିପ୍ପଳୀ ଚୂର୍ଣ୍ଣକୁ ଏକ ଲିଟର ପାଣିରେ ୩ରୁ ୫ଟି ତୁଳସୀ ପକାଇ ଏହାକୁ ଅଧା ଲିଟର ହେବା ପର୍ଯ୍ୟନ୍ତ ଫୁଟାଇବା ପରେ ଏହାକୁ ଅଳ୍ପ ଅଳ୍ପ କରି ସେବନ କରିବାକୁ ହେବ ବୋଲି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share