କରୋନା ସଂକ୍ରମଣ: ଲିଭର ଖରାପ ହେବାରୁ କଳା ପଡ଼ିଗଲା ୨ ଡାକ୍ତରଙ୍କ ତ୍ୱଚା ରଙ୍ଗ

ବେଜିଂ,୨୨।୪: କରୋନା ସଂକ୍ରମଣ ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। କରୋନ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଉଦ୍ୟମ ମଧ୍ୟ ଅବ୍ୟାହତ ରହିଛି। କରୋନା ସଂକ୍ରମଣ ଯୋଗୁ ଶ୍ୱାସନଳୀରେ ସଂକ୍ରମଣ ହେବାସହିତ ଲିଭର ମଧ୍ୟ ପ୍ରଭାବିତ ହୋଇଥାଏ। ଏହାପରେ କିଡ୍‌ନୀ ଖରାପ ହୋଇଯାଏ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ଚାଇନାର ଉହାନରେ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା ୨ ଡାକ୍ତର କରୋନା ପଜିଟିଭ୍‌ ହୋଇଥିଲେ। କିଛିଦିନ ପରେ ସେମାନଙ୍କର ଲିଭର ଖରାପ ହୋଇଯାଇଥିଲା। ଏହାପରେ ସେମାନଙ୍କ ତ୍ୱଚା ରଙ୍ଗରେ ପରିବର୍ତ୍ତନ ଆସିଥିଲା। ସେମାନେ କଳା ପଡ଼ିଯାଇଥିଲେ। ଏବେ ସେମାନେ ସୁସ୍ଥ ଅଛନ୍ତି। ଶରୀରରେ ହରମୋନ୍‌ସ୍ତରରେ ସନ୍ତୁଳନ ନ ହୋଇ ପାରିବାରୁ ସେମାନଙ୍କର ରଙ୍ଗ ଏଭଳି ହୋଇଥିବା ସେମାନଙ୍କର ଚିକିତ୍ସା କରୁଥିବା ବରିଷ୍ଠଡାକ୍ତରମାନେ କହିଛନ୍ତି। ହୃଦରୋଗ ବିଶେଷଜ୍ଞ ଡାକ୍ତର ୟି ଫେନ୍‌ ଏବଂ ଡାକ୍ତର ହୁ ଓ୍ବାଇଫେଙ୍ଗ୍‌ଙ୍କ ଠାରେ କରୋନା ଲକ୍ଷଣ ଦେଖାଯିବାରୁ ସେମାନଙ୍କୁ ୧୮ ଜାନୁୟାରୀରେ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୩୯ ଦିନ ପରେ ୟି ଫେନ୍‌ ସୁସ୍ଥ ହୋଇ ଘରକୁ ଫେରିଥିଲେ।

Share