ବାହାନଗା, ୨୮।୩(ଡି.ଏନ୍.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଳକ ବିଷ୍ଣୁପୁର ଅଞ୍ଚଳର ଜଣେ ଦିଲ୍ଲୀ ଫେରନ୍ତା ଯୁବକ କରୋନା ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି। ଖନ୍ତାପଡା ଥାନା ଓ ଗୋପାଳପୁର ଫାଣ୍ଡି ପୋଲିସ ସନ୍ଦିଗ୍ଧ ଯୁବକଙ୍କୁ ଗ୍ରାମରୁ ଉଦ୍ଧାର କରି ପ୍ରଥମେ ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ଓ ରକ୍ତ ପରୀକ୍ଷା ନିମନ୍ତେ ସ୍ଥାନାନ୍ତର କରିଛି। ଘଟଣାକୁ ନେଇ ଗ୍ରାମରେ ଲୋକମାନଙ୍କ ମଧ୍ୟରେ ଭୟ ଦେଖାଦେଇଛି। ଉକ୍ତ ଯୁବକ ଜଣକ ୭ ଦିନ ତଳେ ଦିଲ୍ଲୀରୁ ଘରକୁ ଫେରିଥିଲେ। ଏବେ ତାଙ୍କୁ ଜ୍ବର, ଥଣ୍ଡା, କାଶ ହେବା ସହିତ ଦେହ ହାତ ବିନ୍ଧା ହେଉଥିବା ନେଇ ଗ୍ରାମବାସୀ ଜାଣିବା ପରେ ପ୍ରଶାସନକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।
Posted inଆମ ଜିଲା ଖବର, ବାଲେଶ୍ୱର, ରାଜ୍ୟ