କରୋନା ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା ଡାକ୍ତର, ନର୍ସଙ୍କୁ ମିଳିବ ଅଧିକ ଗୋଟିଏ ମାସର ଦରମା

ଚେନ୍ନାଇ,୨୪।୩: କରୋନା ଭାଇରସ ଏବେ ବିଶ୍ୱର ଚିନ୍ତାକୁ ବଢାଇ ଦେଇଥିବା ବେଳେ ଭାରତରେ ମଧ୍ୟ ଏହା ଲୋକଙ୍କୁ ଭୟଭୀତ କରାଇଛି। ଦିନକୁ ଦିନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ମଙ୍ଗଳବାର ସକାଳ ସୁଦ୍ଧା ୫ଶହ ଅତିକ୍ରମ କଲାଣି। ଏମାନଙ୍କ ମଧ୍ୟରୁ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଊର୍ଦ୍ଧ୍ୱ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଏହାକୁ ଦୃଷ୍ଟିରେ ରଖି କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ସମସ୍ତ ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଗୋଟିଏ ମାସର ଅଧିକ ଦରମା ଦେବାକୁ ତାମିଲନାଡୁ ସରକାର ମଙ୍ଗଳବାର ଘୋଷଣା କରିଛନ୍ତି। ସେହିପରି ରାଶନ କାର୍ଡଧାରୀଙ୍କୁ ୧ହଜାର ଟଙ୍କା ସହ ମାଗଣାରେ ଚାଉଳ, ଚିନି ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେବାକୁ ସରକାର ଘୋଷଣା କରିଛନ୍ତି। ଗହଳି ଏଡାଇବାକୁ ଟୋକନ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି।

Share