କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ କାମ ଦେବନି କନିକାଙ୍କ ପ୍ଲାଜମା !

ଲକ୍ଷ୍ନୌ,୨୮।୪: ବଲିଉଡ୍‌ ଗାୟିକା କନିକା କପୁର ନିକଟରେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ବେଳେ ଏବେ ସେ ପ୍ଲାଜମା ଦାନ କରିବାକୁ ମନ ବଳାଇଥିଲେ। ଯେଉଁଥିରେ ଅନ୍ୟ ସଂକ୍ରମିତଙ୍କ ଚିକିତ୍ସା କରାଯାଇ ପାରି ଥାଆନ୍ତା। ହେଲେ ଏବେ ଜଣାପଡିଛି କି କନିକାଙ୍କ ପ୍ଲାଜମାରେ ଥିବା ଆଣ୍ଟିବଡିଜ ଦୁର୍ବଳ ଥିବାରୁ ଏହା କରୋନା ଭାଇରସ ସହ ଲଢିପାରିବ ନାହିଁ। ତେଣୁ କନିକାଙ୍କ ପ୍ଲାଜମା କରୋନା ସଂକ୍ରମିତଙ୍କ ଚିକିତ୍ସାରେ ଲାଗି ପାରିବ ନାହିଁ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, କନିକା ପ୍ଲାଜମା ଦାନ କରିବାକୁ କହିବା ପରେ ସୋମବାର ସନ୍ଧ୍ୟାରେ କେଜିଏମ୍‌ୟୁର ଟ୍ରାନ୍ସଫ୍ୟୁଜନ ମେଡିସିନ ଡିପାର୍ଟମେଣ୍ଟ କନିକାଙ୍କ ଘରକୁ ଯାଇ ତାଙ୍କର ବ୍ଲଡ ସାମ୍ପୁଲ ସଂଗ୍ରହ କରିଥିଲେ। ହେଲେ ମଙ୍ଗଳବାର ସକାଳୁ ରିପୋର୍ଟ ଆସିବା ପରେ ତାଙ୍କ ପ୍ଲାଜମା କରୋନା ସଂକ୍ରମିତଙ୍କ ଚିକିତ୍ସାରେ ଲାଗି ପାରିବ ନାହିଁ ବୋଲି ଜଣାପଡିଛି।

Share