କରୋନା ସଂକ୍ରମିତଙ୍କ ସଂଖ୍ୟା: ଭାରତରେ ୯୦୮, ରାଜ୍ୟରେ ବଢ଼ିନାହିଁ

ଭୁବନେଶ୍ୱର,୨୮।୩(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମିତ ରାଷ୍ଟ୍ର ସଂଖ୍ୟା ୧୯୯ରେ ପହଞ୍ଚିଛି। ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଶୁକ୍ରବାର ୫ଲକ୍ଷ ୩୭ହଜାର ୧୭୧ ଥିବା ବେଳେ ଶନିବାର ଏହା ୬ଲକ୍ଷ ୧ ହଜାର ୫୨୦ରେ ପହଞ୍ଚିଛି। ଏଥିରେ ଶୁକ୍ରବାର ୨୪,୧୨୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶନିବାର ସଂଖ୍ୟା ୨୭,୪୪୧ରେ ପହଞ୍ଚିଛି। ଭାରତରେ ଏହା ୭୫୩ରୁ ଶନିବାର ୯୦୮ରେ ପହଞ୍ଚିଛି। ହେଲେ ମୃତକଙ୍କ ସଂଖ୍ୟା ୨୦ ରହିଛି ବୋଲି ଶନିବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।

Share