କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬ ଲକ୍ଷ ୪୫ ହଜାର

ନୂଆଦିଲ୍ଲୀ,୫।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀର ବିଭିନ୍ନ ଦେଶରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଳାଗିଛି। ଇତିମଧ୍ୟରେ ପୃଥିବୀରେ ସଂକ୍ରମିତଙ୍କ ସଂଖ୍ୟା ୩୬ ଲକ୍ଷ ୪୫ ହଜାର ୧୯୪ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୨ ଲକ୍ଷ ୫୨ ହଜାର ୩୯୦ ଛୁଇଁଛି। ୧୧ ଲକ୍ଷ ୯୪ ହଜାର ୮୭୨ ସଂକ୍ରମିତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୧୨ ହଜାର ୮୩୫ ଥିବାବେଳେ ମୃତ୍ୟୁ ସଂଖ୍ୟା ୬୯ ହଜାର ୯୨୧ ରହିଛି। ସ୍ପେନ୍‌ରେ ୨ ଲକ୍ଷ ୪୮ ହଜାର ୩୦୧ଜଣ ସଂକ୍ରମିତ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ୨୫ ହଜାର ୪୨୮ ରହିଛି। ଇଟାଲିରେ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୧୧ ହଜାର ୯୩୮ ରହିଛି। ଏଠାରେ ମୃତକଙ୍କ ସଂଖ୍ୟା ୨୯ ହଜାର ୭୯ ରହିଛି। ବ୍ରିଟେନରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୯୦ ହଜାର ୫୮୪ ରହିଛି ଏବଂ ମୃତକଙ୍କ ସଂଖ୍ୟା ୨୮ହଜାର ୭୩୪ ରହିଛି। ସେହିପରି ଫ୍ରାନ୍ସ୍‌ରେ ଲକ୍ଷେ ୬୯ ହଜାର ୪୬୨ ସଂକ୍ରମିତ ଥିବାବେଳେ ମୃତକଙ୍କ ସଂଖ୍ୟା ୨୫ ହଜାର ୨୦୧ ରହିଛି।

Share