କରୋନା ସଂକ୍ରମିତଙ୍କ ସଂଖ୍ୟା ଟପିଲା ୫୦ ଲକ୍ଷ: ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୨୫ ହଜାର

ଓ୍ବାଶିଂଟନ,୨୦।୫: ପୃଥିବୀରେ କରୋନା ମହାମାରୀ ଜାରି ରହିଛି। ବୁଧବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୫୦ ଲକ୍ଷ ୨ ହଜାର ୫୯୯ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୨୫ ହଜାର ୧୭୨ ରହିଛି। ୧୯ ଲକ୍ଷ ୭୦ ହଜାର ୯୧୮ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା କରୋନା ଓ୍ବାଲର୍‌ଡ ମିଟର ରିପୋର୍ଟରେ ପ୍ରକାଶ ପାଇଛି। ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୧୫ ଲକ୍ଷ ୭୦ ହଜାର ୫୮୩ ଥିବାବେଳେ ମୃତକଙ୍କ ସଂଖ୍ୟା ୯୩ ହଜାର ୬୩୩ ଛୁଇଁଛି। ସେହିପରି ରୁଷ୍‌ରେ ୩ ଲକ୍ଷ ୮ ହଜାର ୭୦୫ ସଂକ୍ରମିତ ହୋଇଛନ୍ତି। ଏଠାରେ ମୃତକଙ୍କ ସଂଖ୍ୟା ୨,୯୭୨ ରହିିଛି। ସ୍ପେନ୍‌ରେ ୨ଲକ୍ଷ ୭୮ହଜାର ୮୦୩ ସଂକ୍ରମିତ ହୋଇଛନ୍ତି। ଏଠାରେ କରୋନା ସଂକ୍ରମଣରେ ୨୭ ହଜାର ୭୭୮ ଜଣଙ୍କ ଜୀବନ ଯାଇଛି। ବ୍ରାଜିଲ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୧ ହଜାର ୮୮୫ ରହିଥିବାବେଳେ ମୃତକଙ୍କ ସଂଖ୍ୟା ୧୭ ହଜାର ୯୮୩ ରହିଛି। ବ୍ରିଟେନରେ ମୋଟ ୨ ଲକ୍ଷ ୪୮ ହଜାର ୮୧୮ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୩୫ ହଜାର ୩୪୧ ରହିଛି। ଇଟାଲିରେ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୨୬ ହଜାର ୬୯୯ ରହିଛି। ଏଠାରେ କରୋନା ସଂକ୍ରମଣରେ ୩୨ ହଜାର ୧୬୯ ଜଣଙ୍କକ ମୃତ୍ୟୁ ଘଟିଛି। ଫ୍ରାନ୍ସ୍‌ରେ ମୋଟ ଲକ୍ଷେ ୮୦ ହଜାର ୮୦୯ ଜଣ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ଏଠାରେ ୨୮ ହଜାର ୨୨ ରହିଛି।

Share